ଓଡିଶା

odisha

ମମିତା ମେହେର ହତ୍ୟାକାଣ୍ଡ, ବଡଦାଣ୍ଡରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଲା ବିଜେପି

By

Published : Oct 26, 2021, 4:03 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ଶ୍ରୀମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲା ପୁରୀ ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

Puri district bjp protest on mamita meher murder case
ମମିତା ମେହେର ହତ୍ୟାକାଣ୍ଡ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ବିଜେପିର ପ୍ରତିବାଦ

ପୁରୀ:ଶିକ୍ଷୟିତ୍ରୀ ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ, ଧାରଣା, ପ୍ରତିବାଦ ଚାଲିଛି । ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତୁରନ୍ତ ବହିଷ୍କାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ବିରୋଧୀ ଦଳ ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ବିଜେପିର ପ୍ରତିବାଦ

ମଙ୍ଗଳବାର ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରଥମେ ଦୀପ ଦାନ ପରେ ବଡଦାଣ୍ଡରୁ ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହୋଇଥିଲା । ବିଜେପିର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ନେତ୍ରୀ ଓ ମହିଳା କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଜେପିର ନେତା ମାନେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କାର୍ଯ୍ୟକଳାପ ସନ୍ଦେହ ଜନକ ଥିଲେ ମଧ୍ୟ ସରକାର ଏ ନେଇ ତଦନ୍ତ କରିବା ପରିବର୍ତ୍ତେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ରାଜ୍ୟରେ ବିଜେଡି ନେତା ମାନେ ହତ୍ୟା, ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୋଷୀଙ୍କୁ ଘଣ୍ଟ ଘଉଡାଇବା ଅତ୍ୟନ୍ତ ଲଜ୍ୟାଜନକ ବୋଲି ବିଜେପି କହିଛି। ସରକାର ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନ ନେଲେ ବିଜେପି ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details