ଓଡିଶା

odisha

ETV Bharat / city

ସରିଲା ବାହୁଡା ଯାତ୍ରା, ପୁରୀବାସୀଙ୍କୁ ପ୍ରଶାସନର ଧନ୍ୟବାଦ - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର

ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନକୁ ନେଇ ପୁରୀବାସୀଙ୍କୁ ଧନ୍ୟବାଦ ଦେଲା ପୁରୀ ପ୍ରଶାସନ । ଅଧିକ ପଢ଼ନ୍ତୁ...

puri district administartion thanked the people of puri, srimandir administration, people of puri,  successful completion of bahuda yatra, samarth verma, krishan kumar,  ପୁରୀବାସୀଙ୍କୁ ପ୍ରଶାସନର ଧନ୍ୟବାଦ, ପୁରୀ ପ୍ରଶାସନ ଦେଲା ଧନ୍ୟବାଦ, ବାହୁଡ଼ା ଯାତ୍ରା, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୋଲିସ ଜିଡି
ପୁରୀବାସୀଙ୍କୁ ପ୍ରଶାସନର ଧନ୍ୟବାଦ

By

Published : Jul 20, 2021, 9:55 PM IST

ପୁରୀ:ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ସେବାୟତଙ୍କ ସହଯୋଗରୁ ଓ ମହାପ୍ରଭୁଙ୍କ ଆଶୀର୍ବା ରୁ ସବୁକିଛି ଭଲରେ ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲଲ୍ଲାପାଳ ଓ ପୋଲିସ ଡିଜି କହିଛନ୍ତି।

ପୁରୀବାସୀଙ୍କୁ ପ୍ରଶାସନର ଧନ୍ୟବାଦ

ତେବେ କଟକଣା ମାନି ସହଯୋଗ କରିଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପୋଲିସ ଡିଜି । ଅନ୍ୟପଟେ ମହାପ୍ରଭୁଙ୍କ ସୁନା ବେଶ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି।

ସେହିପରି ପୁରୀରେ ବାହୁଡ଼ା ଓ ସୁନା ବେଶକୁ ନେଇ ହୋଇଥିବା କଟକଣା କୋହଳ ହେବ । କେବଳ ଶ୍ରୀମନ୍ଦିର ଚାରିପାଖରେ କର୍ଫ୍ୟୁ ରହିବ। ବୁଧବାର ସକାଳ 6 ଟାରୁ ଏହି ନିୟମ ଲାଗୁ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ସେପଟେ ପୋଲିସ ଡିଜି ଅଭୟ ପୁରୀ ସହର ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସୁନାବେଶ ସମେତ ଅନ୍ୟ ସମସ୍ତ ନୀତି ଶୃଙ୍ଖଳାରେ ଶେଷ ହେବ ବୋଲି ସେ ଆଶା ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details