ଓଡିଶା

odisha

By

Published : Sep 4, 2019, 2:40 PM IST

Updated : Sep 4, 2019, 3:18 PM IST

ETV Bharat / city

ଜାରି ରହିବ ଉଚ୍ଛେଦ ପ୍ରକ୍ରିୟା: ପୁରୀ ଜିଲ୍ଲାପାଳ

ବିଫଳ ହେଲା ପୁରୀ ସୁରକ୍ଷା ମଞ୍ଚର ଜିଲ୍ଲାପାଳଙ୍କ ସହ ଆଲୋଚନା। ପୂର୍ଵ ଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଦେଛନ୍ତି। ଏପଟେ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ପୁରୀ ସୁରକ୍ଷା ସଙ୍ଘ ଚେତାବନୀ ଦେଇଛି।

ପ୍ରତିକାତ୍ମକ ଫଟୋ

ପୁରୀ: ବିଫଳ ହେଲା ପୁରୀ ସୁରକ୍ଷା ମଞ୍ଚର ଜିଲ୍ଲାପାଳଙ୍କ ସହ ଆଲୋଚନା । ପୂର୍ଵ ଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଦେଛନ୍ତି । ମଠ ମୁଖ୍ୟ ମନ୍ଦିରକୁ ଛାଡି 75 ମିଟର ସୁରକ୍ଷା ଜୋନର ସମସ୍ତ ଗୃହ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ପୁରୀ ସୁରକ୍ଷା ସମିତି ପ୍ରଥମେ ଥଇଥାନ ପରେ ଉଚ୍ଛେଦ ନେଇ ଦାବି କରିଥିଲା। ତେବେ ଜିଲ୍ଲାପାଳ ଏହାକୁ ଗ୍ରହଣ କରିନାହାଁନ୍ତି। ସରକାର ଏନେଇ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିସାରିଛନ୍ତି। ଅନ୍ୟପଟେ ପୁର୍ନବାର ପୁରୀ ସୁରକ୍ଷା ସମିତି ଉଚ୍ଛେଦ ନେଇ ବିରୋଧ କରିବ। ଏନେଇ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବୋଲି ଚେତାବନୀ ଦେଇଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 4, 2019, 3:18 PM IST

ABOUT THE AUTHOR

...view details