ଓଡିଶା

odisha

ETV Bharat / city

କୋଭିଡ଼ ଟୀକାକରଣ: ପଛୁଆ ପୁରୀ ଜିଲ୍ଲା, ଟିକା ନେବାକୁ ଜିଲ୍ଲାପାଳଙ୍କ ଅପିଲ - ଜିଲ୍ଲାପାଳ ସମର୍ଥ ବର୍ମା

କୋଭିଡ଼ ଟୀକାକରଣରେ ରାଜ୍ୟରେ ପଛୁଆ ପଡ଼ିଛି ପୁରୀ ଜିଲ୍ଲା । ଏଣୁ ସମସ୍ତ ଜିଲ୍ଲାବାସୀଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଅଧିକ ପଢନ୍ତୁ...

କୋଭିଡ଼ ଟୀକାକରଣ: ପଛୁଆ ପୁରୀ ଜିଲ୍ଲା, ଟିକା ନେବାକୁ ଜିଲ୍ଲାପାଳଙ୍କ ଅପିଲ୍‌
କୋଭିଡ଼ ଟୀକାକରଣ: ପଛୁଆ ପୁରୀ ଜିଲ୍ଲା, ଟିକା ନେବାକୁ ଜିଲ୍ଲାପାଳଙ୍କ ଅପିଲ୍‌

By

Published : Nov 12, 2021, 4:02 PM IST

ପୁରୀ: ଜିଲ୍ଲାରେ କୋଭିଡ଼ ଟୀକାକରଣରେ ସିଥିଳତା ପ୍ରକାଶ ପାଇଛି । ଅନେକ ଲୋକ କୋଭିଡ ଟିକା ନେବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେବେ ଖୁବଶୀଘ୍ର କୋଭିଡ଼ର ସମସ୍ତ ଟିକା ନେବାକୁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

କୋଭିଡ଼ ଟୀକାକରଣ: ପଛୁଆ ପୁରୀ ଜିଲ୍ଲା, ଟିକା ନେବାକୁ ଜିଲ୍ଲାପାଳଙ୍କ ଅପିଲ୍‌

ସମସ୍ତ ଜିଲ୍ଲାବାସୀ ଟିକା ନେଉନଥିବାରୁ ଏ ପର୍ଯ୍ୟନ୍ତ କୋଭିଡ ଟୀକାକରଣ ପ୍ରଥମ ଡୋଜ 82 ପ୍ରତିଶତ ଓ ସେକେଣ୍ଡ ଡୋଜ ମାତ୍ର 54 ପ୍ରତିଶତ ହୋଇଛି । ଯାହାକୁ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ତା ପ୍ରକଟ କରିଛନ୍ତି । ପୁରୀ ଜିଲ୍ଲାବାସୀ କୋଭିଡ ଟୀକାକରଣରେ ସହଯୋଗ କରିବା ପାଇଁ ପୁରୀ ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତ୍ତାରେ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି । ଏବେ ଗାଁ ଗାଁରେ କୋଭିଡ଼ ଭ୍ୟାକ୍ସିନେସନ ଟିମ୍‌ ବୁଲି କୋଭିଡ ଟିକା ପ୍ରଦାନ କରୁଛି ।

ଏଣୁ ସମସ୍ତେ ନିଜେ ଯିବା ସହ ନିଜ ସାଙ୍ଗ ସାଥୀ ବନ୍ଧୁଙ୍କୁ ନେଇ କୋଭିଡ ଟିକା ନେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏବେ ବି କୋଭିଡ଼ ଆମ ସମାଜରୁ ଯାଇନାହିଁ । କୋଭିଡ ଟିକା ନ ନେଲେ ପୁଣି ସଂକ୍ରମଣ ବଢିବା ଆଶଙ୍କା ରହିଛି । ଏଣୁ କୋଭିଡ ଟୀକାକରଣରେ ସମସ୍ତେ ସାମିଲ ହେବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details