ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗ: ଆଲୋଚନା କରାଯିବ କହିଲେ ଜିଲ୍ଲାପାଳ - ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପୁରୀ ଶ୍ରୀମନ୍ଦିର

ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...

puri collector reaction on bai law
ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

By

Published : Feb 7, 2021, 4:52 PM IST

ପୁରୀ: ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରତିକ୍ରିୟା ଦେଇଛନ୍ତି । ସମସ୍ତ ସେବାୟତ ନିଯୋଗଙ୍କ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ପ୍ରସ୍ତାବ ଡ୍ରାଫ୍ଟିଂ ଷ୍ଟେଜ୍‌ରେ ରହିଛି, ମତାମତ ଦେବା ପାଇଁ ଆମ ପାଖରେ ସମୟ ଅଛି। ଖୁବ ଶୀଘ୍ର ଏନେଇ ଶ୍ରୀମନ୍ଦିର ପ୍ରଶାସନ ମତ ରଖିବ । ବିଭିନ୍ନ ସେବାୟତ ନିଯୋଗର ମଧ୍ୟ ଏନେଇ ମତ ଲୋଡ଼ାଯିବ । ଅଗାମୀ 15 ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ତେବେ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଜାରି କରାଯାଇ ଥିବା ନିୟମ ନିଶ୍ଚିତ ଶ୍ରୀମନ୍ଦିର ପାଇଁ ପରିବର୍ତ୍ତନ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଆଶା ରଖିଛନ୍ତି।

ସୂଚନାଥାଉକି ପୁରୀ ଶ୍ରୀମନ୍ଦିରରେ ଜାତୀୟ ସ୍ମାରକୀ ପ୍ରାଧିକରଣ ପ୍ରସ୍ତାବିତ ଅଧିନିୟମ ବାଇ ଲ’ କୁ ସେବାୟତମାନେ ବିରୋଧ କରିଛନ୍ତି । ବାଇ ଲ’ରେ ଶ୍ରୀମନ୍ଦିରକୁ ଲାଗି କରି 100 ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏଥିସହ ନିଷିଦ୍ଧାଞ୍ଚଳ ଠାରୁ 200 ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି । ନିଷିଦ୍ଧା ଅଞ୍ଚଳରେ କୌଣସି ବି ନିର୍ମାଣ କାର୍ଯ୍ୟ କରିବାକୁ ବାରଣ କରାଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details