ଓଡିଶା

odisha

ETV Bharat / city

ମ୍ୟୁଜିକାଲ ସ୍ପିଡ ପେଣ୍ଟିଂ; ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଅଷ୍ଟମ ଶ୍ରେଣୀର ଛାତ୍ର - ଚିତ୍ରକଳା

ଅଭିନବ ପେଣ୍ଟିଂକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ପୁରୀର ଛାତ୍ର । ଚିତ୍ର କଳା ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି । ଅଧିକ ପଢନ୍ତୁ...

Puri class viii student Ayush record name in India book of records on speed musical painting
ସ୍ପିଡ ମ୍ୟୁଜିକାଲ ପେଣ୍ଟିଂ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆୟୁଷ

By

Published : Oct 18, 2021, 9:33 PM IST

ପୁରୀ: ଅଭିନବ ପେଣ୍ଟିଂକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଚିତ୍ର କଳା ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି ପୁରୀ ବାସେଳୀ ସାହି ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର ।

ସ୍ପିଡ ମ୍ୟୁଜିକାଲ ପେଣ୍ଟିଂ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆୟୁଷ

ସେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଂ ଜରିଆରେ ପାଞ୍ଚ ମିନିଟ ମଧ୍ୟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ କରିବାରେ ସକ୍ଷମ ହୋଇପାରିଛନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡ ରେ ତାଙ୍କ ନାମ ବର୍ତ୍ତମାନ ସ୍ଥାନିତ ହୋଇଥିବା ବେଳେ ଆଗକୁ ସେ ଏହିଭଳି ଅନେକ ଚିତ୍ର ଆଙ୍କି ନିଜ ସହର ତଥା ଦେଶର ନାଁ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଭବିଷ୍ୟତରେ ଜଣେ ଉଚ୍ଚ କୋଟିର ଚିତ୍ରକର ହୋଇ ଦେଶ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆୟୁଷଙ୍କ ଏଭଳି ସଫଳତା ନେଇ ପରିବାର ବର୍ଗ ବେଶ ଖୁସି ଅଛନ୍ତି । ତେବେ ଆଗାମୀ ଦିନରେ ଆୟୁଷ ଭବିଷ୍ୟତରେ କିଭଳି ଆଗକୁ ଯାଇ ନାଁ କରନ୍ତୁ ସେ ନେଇ ତାଙ୍କ ପରିବାର ଆଶାବାଦୀ ଅଛନ୍ତି ।


କେବଳ ଇଣ୍ଡିଆ ବୁକ ଅଫ ରେକର୍ଡ ନୁହେଁ ବରଂ ପୂର୍ବରୁ ସେ ନାଇଜେରିଆ ହାର୍ଟ ଫାଉଣ୍ଡେସନ ତରଫରୁ ଚାମ୍ପିୟାନ,ଆମେରିକାରୁ ସ୍ପେସିଆଲ ଅନର ଆୱାର୍ଡ, IMAS ଭାରତ ସରକାରଙ୍କ ପକ୍ଷରୁ ସ୍ପେସିଆଲ ଆୱାର୍ଡ, ବେଷ୍ଟ ପେଣ୍ଟର ଆୱାର୍ଡ ରୁ ଇଣ୍ଟର ନାସନାଲ ଆୱାର୍ଡ ପାଇଛନ୍ତି । ତେବେ ଆଗାମୀ ଦିନରେ ନାଇଜେରିଆ ଗଟ ଟ୍ୟାଲେଣ୍ଟ ରେ ମଧ୍ୟ ସେ ଭାଗ ନେବାକୁ ମନନୀତ ହୋଇଛନ୍ତି । ଏଥିସହ ଅନେକ ଟ୍ୟାଲେଣ୍ଟ ସୋ ରେ ସେ ଯୋଗଦାନ କରିବାକୁ ସେ ଏବେଠାରୁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ତାଙ୍କର ଏହିଭଳି କଳାକୃତିକୁ ନେଇ ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କଳାକାର ତଥା ଚିତ୍ରକଳା ପରିବାରର ନହୋଇ ମଧ୍ୟ ଏଭଳି ଚିତ୍ର ଅଙ୍କନ କରି ସେ ଅନେକ ପୁରସ୍କାର ପାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି । ଏଥି ସହ ଆୟୁଷ ପ୍ରମାଣିତ କରିଚନ୍ତି ଦୃଢ଼ ଇଛା ଶକ୍ତି ଥିଲେ ସବୁ ଅସାଧ୍ୟ କାର୍ଯ୍ୟ ମଧ୍ୟ ସମ୍ଭବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details