ଓଡିଶା

odisha

ETV Bharat / city

ତିନି ରଥର 42 ତୁମ୍ଭ ନିର୍ମାଣ ଶେଷ, ଆଜି ଜଣେ ପଜିଟିଭ ଚିହ୍ନଟ

ବାୟୋବବଲ ମଧ୍ୟରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର 42 ତୁମ୍ଭ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଜି ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : May 23, 2021, 4:50 PM IST

Puri chariot work  one more positive identified
ତିନି ରଥର 42 ତୁମ୍ଭ ନିର୍ମାଣ ଶେଷ , ଆଜି ଜଣେ ପଜିଟିଭ ଚିହ୍ନଟ

ପୁରୀ: ତିନି ରଥର 42 ତୁମ୍ଭ ନିର୍ମାଣ ଶେଷ , ଆଜି ଆଉ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ 21ରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ।

ତିନି ରଥର 42 ତୁମ୍ଭ ନିର୍ମାଣ ଶେଷ , ଆଜି ଜଣେ ପଜିଟିଭ ଚିହ୍ନଟ

ବାୟୋବବଲ ବଳୟରେ ରହିଥିବା ରଥଖଳାରେ କୋଭିଡ କଟକଣା ଭିତରେ ରଥନିର୍ମାଣ ଚାଲିଛି। ତିନି ରଥର ୪୨ଟି ତୁମ୍ବ କାମ ଶେଷ ହୋଇଛି। ଆଜି ଆଉ ଜଣେ ରୂପକାରଙ୍କୁ ମିଶାଇ ମୋଟ ୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ସଂପୃକ୍ତ ରୂପକାର ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ନଥିଲେ। ଆକ୍ରାନ୍ତଙ୍କୁ ନୀଳଚଳ ଯାତ୍ରୀ ନିବାସ କୋଭିଡ କେୟାର ସେଣ୍ଟରରେ ରଖାଯାଇଛି।

ସେପଟେ ଗତକାଲି ବିନ୍ଧ ଅନୁକୂଳ ପରେ ଘେରକଟା, ଠେକ ତୁଲିଆ କାମ ଚାଲିଛି। ପ୍ରତ୍ୟେକ ତୁମ୍ବରେ ୧୬ ଯୋଡ଼ା ଲେଖାଏଁ ୩୨ଟି ବିନ୍ଧ ହେବ। ବାତ୍ୟା ଫନିରେ ରଥଖଳା ପ୍ରଭାବିତ ହୋଇଥିବାରୁ ସମ୍ଭାବ୍ୟ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details