ଓଡିଶା

odisha

ETV Bharat / city

18 ରଥ ନିର୍ମାଣ ସେବାୟତ ପଜିଟିଭ ଚିହ୍ନଟ, ବାୟୋ ବବଲ୍ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

18 ଜଣ ରଥ ନିର୍ମାଣ ସେବାୟତ କୋଭିଡ ପଜିଟିଭ ଚିହ୍ନଟ । 12 ଜଣ ମହାରଣା ଓ 6 ଭୋଇ ସେବାୟତ ଅଛନ୍ତି। ଏହାପରେ ଶୁକ୍ରବାର ପୁରୀ ଜିଲ୍ଲାପାଳ ଓ ଏସପି ରଥଖଳାକୁ ଆସି ବାୟୋବବଲ୍ ବ୍ୟବସ୍ଥାର ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

By

Published : May 21, 2021, 6:32 PM IST

Puri chariot wood work sebayata positive
18 ରଥ ନିର୍ମାଣ ସେବାୟତ ପଜିଟିଭ ଚିହ୍ନଟ,ବାୟୋ ବବଲ୍ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

ପୁରୀ: କୋଭିଡ କଟକଣାକୁ ନଜରରେ ରଖି କଡା ସୁରକ୍ଷା ବଳୟ ମଧ୍ୟରେ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଠାରୁ ରଥଖଳାରେ ବାୟୋବବଲ୍ କଟକଣା ଲଗାଯାଇଛି। ରଥଖୋଳାକୁ ସମ୍ପୁର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ରହିଛି। ଜିଲ୍ଲାପାଳ ଓ ଏସପି ରଥଖଳାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

18 ରଥ ନିର୍ମାଣ ସେବାୟତ ପଜିଟିଭ ଚିହ୍ନଟ,ବାୟୋ ବବଲ୍ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ ମୋଟ 18 ଜଣ ରଥ କାମରେ ନିୟୋଜିତ ସେବାୟତ ଏବେ କୋଭିଡ ସଂକ୍ରମିତ ହୋଇଛନ୍ତି । 12 ଜଣ ମହାରଣା ଓ 6 ଭୋଇ ସେବାୟତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବଳୟ ମଧ୍ୟରେ ରଥନିର୍ମାଣ କାର୍ଯ୍ୟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଗତକାଲି ମୁଖ୍ୟ ପ୍ରଶାସକ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ଆଜି ରଥଖଳାରେ ବାୟୋବବଲ କଟକଣା ଜାରୀ କରାଯାଇଛି। ରଥଖଳା ପ୍ରବେଶ ଉପରେ କଡା କଟକଣା ଲଗାଯିବା ସହ ରଥଖଳାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ବାୟୋ ବବଲ୍ ନିୟମ ଅନୁଯାୟୀ ରଥଖଳାରେ ନିୟୋଜିତ ରଥନିର୍ମାଣ ସେବାୟତଙ୍କୁ ସଂଘରୋଧରେ ରଖାଯାଇ ରଥନିର୍ମାଣ କାର୍ଯ୍ୟ କରାଯାଉଛି।

ଜିଲ୍ଲାପାଳ ଓ ଏସପି ଆଜି ରଥଖଳାକୁ ଆସି ବାୟୋ ବବଲ୍ ବ୍ୟବସ୍ଥାର ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଆଜି ସପ୍ତମ ଦିନରେ ପହଞ୍ଚିଛି। ତିନିରଥ ପାଇଁ ଆବଶ୍ୟକ ୪୨ ଟି ତୁମ୍ବ ମଧ୍ୟରୁ ୪୦ ଟି ତୁମ୍ବ କାର୍ଯ୍ୟ ଶେଷ ହୋଇଛି। ଆଜି ତୁମ୍ବରେ ବିନ୍ଧ ପାଇଁ ସୂତା ବାଡିଆ କାର୍ଯ୍ୟ ଚାଲିଛି। ଏହାପରେ ଘେରକଟା ଓ ଠେକକଟା କାମ ଆରମ୍ଭ ହେବ। ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରୂପକାର ମାନେ ଗୁଜ ଅନୁକୂଳ କରିବାର ବିଧି ରହିଛି। ତେବେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢୁଥିବା ବେଳେ ରଥ ନିର୍ମାଣ କାମ ଯେଭଳି ପ୍ରଭାବିତ ନ ହୁଏ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସେପଟେ ମହାପ୍ରଭୁଙ୍କ କୃପାରୁ ରଥ କାମ ଭଲରେ ସମାପନ ହେବ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ସେହିପରି ସେବାୟତଙ୍କୁ କୋଭିଡ ଟୀକା ଦିଆଯାଉ ଥିବା ବେଳେ ସମସ୍ତେ ସଚେତନ ଥିବା କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details