ପୁରୀ: କୋରୋନା ଯୋଗୁଁ ଅଟକିବ ନାହିଁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ପରମ୍ପରା ମୁତାବକ ଚନ୍ଦନଯାତ୍ରା ସଂପନ୍ନ ହେବ । ତେବେ ଏଥର ଅନ୍ୟ ବର୍ଷ ଭଳି ଗହଳିକୁ ବାରଣ କରାଯିବ। ଯାତ୍ରା ବେଳେ ସାମାଜିକ ଦୂରତା ତଥା କଡ଼ା କଟକଣା ମଧ୍ୟରେ ଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ସହିତ ସଂପୃକ୍ତ ସେବକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା କିଭଳି ଶୃଙ୍ଖଳିତ ହେବ ସେ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଚନ୍ଦନ ଯାତ୍ରା ପୂର୍ବ ପରମ୍ପରା ମୁତାବକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ଏହି ୨୧ ଦିନର ବାହାର ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସଅଳ ବାହାରି ବିଜେ କରିବେ। ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିଲା ବେଳେ ସାବଧାନତା ଅବଲମ୍ବନ କରିବେ। ମହାପ୍ରଭୁ ନରେନ୍ଦ୍ରରେ ଚାପକୁ ବିଜେ କରିବେ।