ପୁରୀ :ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ରବିବାର ବନ୍ଦ ପ୍ରସଙ୍ଗକୁ ନେଇ ବିରୋଧ କରିଛି ପୁରୀ ଚାମ୍ବର ଅଫ କର୍ମସ । ସଂଘ ପକ୍ଷରୁ କୁହାଯାଇଛି ରବିବାର ଛୁଟି ଦିନ ଥିବାରୁ ଅନେକ ପର୍ଯ୍ୟଟକ ପୁରୀ ସହର ଆସି ଭ୍ରମଣ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥାନ୍ତି। ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଫଳରେ ପୁରୀରେ ବିଭିନ୍ନ ବ୍ୟବସାୟ ଭଲ ହୋଇଥାଏ। ସହରର ଅର୍ଥନୀତି ସମ୍ପୂର୍ଣ୍ଣ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ଥିବା ବେଳେ ରବିବାର ଦର୍ଶନ କଟକଣା ହେତୁ ଅନେକ ଭକ୍ତ ପୁରୀ ଆସିପାରୁ ନାହାନ୍ତି ।
ଫଳରେ ବ୍ୟବସାୟୀମାନେ ଭଲ ଦୁଇ ପଇସା ରୋଜଗାର କରି ପାରୁନାହାନ୍ତି । ଯେତେବେଳେ କୋଭିଡ କଟକଣା ନେଇ ସରକାର ସବୁ କ୍ଷେତ୍ରରେ କୋହଳ କରିସାରିଛନ୍ତି । ସେତେବେଳେ ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ କଣ ଆବଶ୍ୟକ ରହିଛି ବୋଲି ପୁରୀ ଚାମ୍ବର ଅଫ କମର୍ସ କହିଛି । ଯଦି ଶ୍ରୀମନ୍ଦିରର ସାନିଟାଇଜ ପାଇଁ ପ୍ରଶାସନ ରବିବାର ବନ୍ଦ କରୁଛି । ତାହା ସପ୍ତାହର ଅନ୍ୟ ଦିବସରେ ହୋଇ ପାରିବ। କିନ୍ତୁ ପ୍ରଶାସନ ଏହାକୁ ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁଃଖର ବିଷୟ ।