ପୁରୀ:ପୁରୀ ବ୍ଲୁ ଫ୍ଲାଗ ବିଚକୁ ନେଇ ବଢୁଛି ବିରୋଧ । ପ୍ରଥମେ ପୁରୀ ସଚେତନ ନାଗରିକ ମଞ୍ଚ ପରେ ଆଜି ପୁରୀ ସି’ ବିଚ ଫଟୋଗ୍ରାଫର ସଂଘ ପକ୍ଷରୁ ବିରୋଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସଂଘ ଅଭିଯୋଗ କରିଛି ବ୍ଲୁ ଫ୍ଲାଗ ବିଚ ପାଇଁ ଜାରି ହୋଇଥିବା କଟକଣା ଦ୍ବାରା ବ୍ୟବସାୟୀ ମାନେ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି । ବ୍ଲୁ ଫ୍ଲାଗ ବିଚକୁ ତୁରନ୍ତ ପ୍ରଶାସନ ପର୍ଯ୍ୟଟକମାନଙ୍କ ପାଇଁ କଟକଣା ମୁକ୍ତ କରୁ। ସଂଘର ଅଭିଯୋଗ ବ୍ଲୁ ଫାଗ ବିଚ ଦ୍ବାରା ବ୍ୟବସାୟୀ, ପର୍ଯ୍ୟଟକ ଓ ଫଟୋଗ୍ରାଫର ମାନେ ଆର୍ଥିକ କ୍ଷତି ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ କୋଭିଡ କଟକଣା ବେଳେ ଫଟୋଗ୍ରାଫର ଓ ବ୍ୟବସାୟୀ ମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ପୁଣି ବ୍ଲୁ’ ଫ୍ଲାଗ ବିଚ ଦ୍ବାରା ଏହା ସେମାନେ ଆହୁରି ସଂକଟ ଭିତରକୁ ଚାଲିଯାଉଛନ୍ତି ।