ପୁରୀ:ମୁଖ୍ୟମନ୍ତ୍ରୀଙ୍କ ସଭାରେ ଉପବାଚସ୍ପତି(deputy speaker rajanikanta singh) ରଜନୀକାନ୍ତ ସିଂ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ବାସୀଙ୍କ ଠାକୁର ବୋଲି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି । ଏଭଳି ମନ୍ତବ୍ୟକୁ ସାଧାରଣ ରେ ତୀବ୍ର ସମାଲୋଚନା କରାଯାଉଛି । ଏହି କ୍ରମରେ ପୁରୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଏହାର ତୀବ୍ର ନିନ୍ଦା କରାଯାଇଛି ।
Ranjikanta controversial statement: ବହିଷ୍କାର ଦାବି କଲା ପୁରୀ ବିଜେପି ଯୁବ ମୋର୍ଚ୍ଚା - ଉପବାଚସ୍ପତି ରଜନୀକାନ୍ତ ସିଂ ବିବାଦୀୟ ମନ୍ତବ୍ୟ
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ବାସୀଙ୍କ ଠାକୁର ବୋଲି ମନ୍ତବ୍ୟ ଦେଇଥିଲେ । ପୁରୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାକୁ ନେଇ ତୀବ୍ର ନିନ୍ଦା କରାଯାଇଛି । ଅଧିକ ପଢ଼ନ୍ତୁ
ସାଢ଼େ ୪ କୋଟି ଓଡ଼ିଆଙ୍କ ଆରଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ହେଲେ ଉପ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ଉପବାଚସ୍ପତି ରଜନୀକାନ୍ତ ସିଂ ସମସ୍ତ ସୀମା ଉଲ୍ଲଙ୍ଘନ କରିଥିବା ପୁରୀ ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ଉପବାଚସ୍ପତିଙ୍କ ମତିଭ୍ରମ ହୋଇଥିବା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି ।
ଏଭଳି ମନ୍ତବ୍ୟ ପରେ ସେ ଆଉ ଉପବାଚସ୍ପତି ପଦରେ ରହିବା ଉଚିତ ନୁହେଁ ବୋଲି କହିଛି ବିଜେପି । ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପବାଚସ୍ପତି ପଦରୁ ବହିଷ୍କାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ