ପୁରୀ: ସ୍ୱର୍ଗଦ୍ୱାରରେ ବିଜେଡି ନେତା ଓ କର୍ମୀଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଏହାର ପ୍ରତିବାଦରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଶେଷ କୃତ୍ୟରେ ହଜାର ହଜାର ଲୋକ କୋଭିଡ ଗାଇଡ଼ ଲାଇନ ଉଲ୍ଲଙ୍ଘନ କରି ସାମିଲ ହୋଇଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡରେ ଅକ୍ରାନ୍ତ ଥିଲେ ମଧ୍ୟ କୋଭିଡ ଗାଇଡ଼ଲାଇନ ଉଲ୍ଲଙ୍ଘନ କରିଥିଲେ । ଉଭୟ ସଙ୍ଗରୋଧରେ ନରହି ଶେଷକୃତ୍ୟରେ ସାମିଲ ହୋଇଥିଲେ। ସେହିପରି ପୁରୀ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପୁରୀ ପୋଲିସ ଓ ପ୍ରଶାସନ ଦୋମୁହାଁ ନୀତିକୁ ବିଜେପି ଯୁବ ମୋର୍ଚ୍ଚା କଡା ସମାଲୋଚନା କରିଛି। ପୂର୍ବରୁ ଏ ନେଇ ବିଜେପି ପକ୍ଷରୁ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇ ଥିଲେ ମଧ୍ୟ ପୁରୀ ପୋଲିସ ରାଜନୈତିକ ଚାପର ବରବର୍ତ୍ତୀ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ପୁରୀ ବିଜେପି ଯୁବ ମୋର୍ଚ୍ଚା କହିଛି।