ପୁରୀ: ଚନ୍ଦ୍ରଭାଗାରେ ନୂତନ କୋଣାର୍କ ମନ୍ଦିର (Proposed Konark Temple) ନିର୍ମାଣକୁ ନେଇ ପୁରୀ ଓ କୋଣାର୍କରେ ତେଜିଲା ବିରୋଧ ସ୍ୱର । କୋଣାର୍କର ଚନ୍ଦ୍ରଭାଗାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ଏକ ସଂଗଠନ ପ୍ରୟାସ ଆରମ୍ଭ କରିଛି । ସଂଗଠନ ମୁଖ୍ୟ ମୁକେଶ ଜୈନ ଚନ୍ଦ୍ରଭାଗା ନିକଟରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଜଙ୍ଗଲ ଜମିରେ ଭଗବାନ ସୂର୍ଯ୍ୟଙ୍କ ପ୍ରତିମୂର୍ତି ରଖି ପୂଜା ଆରମ୍ଭ କରିବା ସହ ମନ୍ଦିର ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ରାଜସ୍ଥାନରୁ ପଥର ଆଣି ସେ କୋଣାର୍କର ଅବିକଳ ଆଉ ଏକ ମନ୍ଦିର ତିଆରି ପାଇଁ କାର୍ଯ୍ୟ କରୁଛନ୍ତି । ଏହା ଘଟଣା ଲୋକଲୋଚନକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପଇଛି । ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ପୁରୀ, କୋଣାର୍କ ବାସିନ୍ଦା ଏହି କାର୍ଯ୍ୟ ଦୃଢ଼ ବିରୋଧ କରିଛନ୍ତି । କୋଣାର୍କ ମନ୍ଦିର ନିର୍ମାଣ ଅନେକ ପରମ୍ପରା , ସଂସ୍କୃତି ,କଳା ସହ ଜଡ଼ିତ ରହିଛି । ତେବେ ଦିଲ୍ଲୀରୁ ଜଣେ ବ୍ୟକ୍ତି ଆସି ଚନ୍ଦ୍ରଭାଗାରେ ଆଉ ଏକ କୋଣାର୍କ ମନ୍ଦିର ନିର୍ମାଣ କରିବା ଠିକ ନୁହେଁ ବୋଲି ମତ ପ୍ରକାଶ ପଇଛି ।