ଓଡିଶା

odisha

ETV Bharat / city

କୋଣାର୍କ ଦୁର୍ଘଟଣାରୁ ହଟିଲା ସସପେନ୍ସ: ଏସପି ଦେଲେ ସ୍ପଷ୍ଟୀକରଣ

କୋଣାର୍କ ସଡକ ଦୁର୍ଘଟଣା ନେଇ ପୋଲିସର ସ୍ପଷ୍ଟୀକରଣ । ଏହା କୌଣସି ହତ୍ୟା ନୁହେଁ ବରଂ ଦୁର୍ଘଟଣା ବୋଲି କହିଲେ ପୁରୀ ଏସପି । ସେପଟେ ଦୁର୍ଘଟଣା ଘଟାଇ ଥିବା କାର ଡ୍ରାଇଭରକୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।

By

Published : Jul 10, 2019, 7:56 PM IST

ଡିଜାଇନ ଫଟୋ

ପୁରୀ: କୋଣାର୍କ ଲିଆଖିଆ ବ୍ରିଜ ଦୁର୍ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପୁରୀ ଏସପି । ଦୁର୍ଘଟଣାର ପାରିପାଶ୍ବିକ ସ୍ଥିତିକୁ ନେଇ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା । ହେଲେ ଏହା କୌଣସି ହତ୍ୟାକାଣ୍ଡ ନୁହେଁ ବରଂ ଦୁର୍ଘଟଣା ବୋଲି କହିଛନ୍ତି ପୁରୀ ଏସପି । ପ୍ରାଥମିକ ତଦନ୍ତରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏକ କାର ଦ୍ରୁତଗତିରେ ଆସି ବାଇକକୁ ଧକ୍କା ଦେବାରୁ ମୃତକଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇ ଯାଇଛି ବୋଲି ଏସପି କହିଛନ୍ତି । ତେବେ ଦୁର୍ଘଟଣା ଘଟାଇ ଥିବା କାରକୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ଡ୍ରାଇଭର ଧରାଯିବ ବୋଲି ସେ କହିଛନ୍ତି ।

ମଙ୍ଗଳବାର ରାତିରେ ରାମଚଣ୍ଡୀ ଥାନା ଲିଆଖିଆ ବ୍ରିଜ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ବାଇକ ଚାଳକ ଉମାଶଙ୍କର ରାୟ ପ୍ରାଣ ହରାଇ ଥିବା ବେଳେ ତାଙ୍କ ମୁଣ୍ଡଟି ଶରୀରରୁ ଅଲଗା ହୋଇଯାଇଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣା ରେ ପୋଲିସ ତଦନ୍ତ ଜାରି ରଖିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details