ଓଡିଶା

odisha

ETV Bharat / city

ଡାକ୍ତରଙ୍କ ଅବହେଳା, ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଗୁରୁତର ଅବହେଳା କାରଣରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : Apr 28, 2021, 9:06 PM IST

protest-over-Doctor's negligence in Puri Hospital
ଡାକ୍ତରଙ୍କ ଅବହେଳା, ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଗୁରୁତର ଅବହେଳା କାରଣରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ପୌରପାଳିକା ୨୫ ନମ୍ବର ୱାର୍ଡ ଧୋବାଖାଲର ୬୦ବର୍ଷୀୟ ତ୍ରିଲୋଚନ ଦାଶ ୧୭ ତାରିଖ ଦିନ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେହି ସମୟରେ ତ୍ରିଲୋଚନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ଡ୍ୟୁଟିରେ ଥିବା ଡାକ୍ତର କୋଭିଡ ପରୀକ୍ଷା କରାଇବା ପରେ ହିଁ ଚିକିତ୍ସା କରିବେ ବୋଲି କହି ଆଉଟଡୋରକୁ ପଠାଇଥିଲେ । କିନ୍ତୁ କୋଭିଡ ପରୀକ୍ଷା ସମୟ ସେତେବେଳକୁ ଅତିକ୍ରମ କରିସାରିଥିଲା । ତେବେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣେ ରୋଗୀକୁ ଠିକ ସମୟରେ ଚିକିତ୍ସା କରାନଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ଡାକ୍ତରଙ୍କ ଅବହେଳା, ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ତୁରନ୍ତ ଏହି ଘଟଣାର ତଦନ୍ତ କରି ଦାୟୀ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଆଜି ସିଡ଼ିଏମଓଙ୍କୁ ଦାବିପତ୍ର ଦେଇଛନ୍ତି । ତେବେ ଏନେଇ ସିଡ଼ିଏମଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details