ଓଡିଶା

odisha

ETV Bharat / city

ସ୍ଥାୟୀ ପଟ୍ଟା ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ - ବିଜୟ ନଗର ବସ୍ତିବାସିନ୍ଦା ସ୍ଥାୟୀ ପଟ୍ଟା

ପୁରୀ ବଳିଆପଣ୍ତାର ବିଜୟ ନଗର ବସ୍ତିବାସିନ୍ଦା ସ୍ଥାୟୀ ପଟ୍ଟା ଦାବି କରି ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ...

ସ୍ଥାୟୀ ପଟ୍ଟା ଦାବିରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ
ସ୍ଥାୟୀ ପଟ୍ଟା ଦାବିରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

By

Published : Sep 6, 2021, 3:22 PM IST

Updated : Sep 6, 2021, 5:22 PM IST

ପୁରୀ: ପୁରୀ ବଳିଆପଣ୍ତାର ବିଜୟ ନଗର ବସ୍ତିବାସିନ୍ଦା ସ୍ଥାୟୀ ପଟ୍ଟା ଦାବି କରି ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସହରର ଅନ୍ୟ ସବୁ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ସ୍ଥାୟୀ ପଟ୍ଟା ଦେବାକୁ ପ୍ରଶାସନ ନିଷ୍ପତ୍ତି କରିଥିବା ବେଳେ ପୁରାତନ ବିଜୟ ନଗର ବାସିନ୍ଦା ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।

ସ୍ଥାୟୀ ପଟ୍ଟା ଦାବିରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ସର୍ଭେ କରିବା ସହ ପଟ୍ଟା ଦେବା ପାଇଁ ପ୍ରତିଶୃତି ଦେଇ ଓହରି ଯାଇଥିବାରୁ ଏହା ବିରୋଧରେ ଧାରଣା ଦେଇଥିଲେ ଶହ ଶହ ବସ୍ତି ବାସିନ୍ଦା। ମଧୁର ଜଳ ଉତ୍ସ ଅଞ୍ଚଳ ହୋଇଥିବା ହେତୁ ପଟା ହୋଇପାରୁ ନଥିବା ପ୍ରଶାସନ କହୁଥିବା ବେଳେ ଶହ ଶହ ହୋଟେଲ କିଭଳି ପଟ୍ଟା ପାଇଛନ୍ତି ସେନେଇ ଆନ୍ଦୋଳନକାରୀ ପ୍ରଶ୍ନ ଉଠାଇଛନ୍ତି। ଦାବି ଶୀଘ୍ର ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 6, 2021, 5:22 PM IST

ABOUT THE AUTHOR

...view details