ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥରେ ଅଖ ଚକ ଲାଗିବା ଶେଷ ହେବା ପରେ ଗୟଳ ଓ ଗରଗରା କାର୍ଯ୍ୟ ଚାଲିଛି । ତିନି ରଥର ନାଟ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।
ପାଖେଇ ଆସୁଛି ରଥଯାତ୍ରା, ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ - ରଥ ନିର୍ମାଣ କାମ
ତିନି ରଥରେ ଅଖ ଚକ ଲାଗିବା ଶେଷ ହେବା ପରେ ଗୟଳ ଓ ଗରଗରା କାର୍ଯ୍ୟ ଚାଲିଛି । ତିନି ରଥର ନାଟ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।
![ପାଖେଇ ଆସୁଛି ରଥଯାତ୍ରା, ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ process-of-ratha-making-is-going-on](https://etvbharatimages.akamaized.net/etvbharat/prod-images/768-512-7438786-thumbnail-3x2-bsjv.jpg)
ପାଖେଇ ଆସୁଛି ରଥଯାତ୍ରା, ଜୋରଦାର ଚାଲିଛି ରଥ ନିର୍ମାଣ କାମ
ପାଖେଇ ଆସୁଛି ରଥଯାତ୍ରା, ଜୋରଦାର ଚାଲିଛି ରଥ ନିର୍ମାଣ କାମ
ଛନ୍ଦା ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଉଦ ନାହାକା କାଠରେ ଚାରି କଣ ଅଂଶ ମରା କାମ ଚାଲିଛି । ସେହିପରି ଦୂଆର ଘଡା କାମ ମଧ୍ୟ ଚାଲିଛି । ଅନ୍ୟପଟେ ଓଝା ସେବକମାନେ ତିନି ରଥ ପାଇଁ ଗୟଳ କଣ୍ଟା ସମେତ ଅନ୍ୟ ଆନୁଷଙ୍ଗିକ କଣ୍ଟା ଯୋଗାଉଛନ୍ତି । ତେବେ ମହାପ୍ରଭୁଙ୍କ କୃପାରୁ ଠିକ ସମୟରେ ସଠିକ ଭାବେ ରଥ ନିର୍ମାଣ କାର୍ଯ୍ୟ ସରିବ ବୋଲି ଦେବଦଳନ ରଥର ମୁଖ୍ୟ ମହାରଣା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ