ଓଡିଶା

odisha

ETV Bharat / city

ପିପିଲି ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ - pipili news

ପିପିଲି ଉପନିର୍ବାଚନରେ କୋଭିଡ ଗାଇଡଲାଇନ ଅନୁପାଳନ ନେଇ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକ ପଢ଼ନ୍ତୁ...

ପିପିଲି ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ
ପିପିଲି ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

By

Published : Sep 6, 2021, 9:54 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ କୋଭିଡ ଗାଇଡଲାଇନ ଅନୁପାଳନ ନେଇ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ପିପିଲି ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଗାଇଡଲାଇନ ଅନୁଯାୟୀ ଆଗାମୀ ନିର୍ବାଚନ ପ୍ରଚାରରେ କୌଣସି ବାଇକ କିମ୍ବା ସାଇକେଲରେ ଶୋଭାଯାତ୍ରା ହୋଇପାରିବ ନାହିଁ । ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨୦୦ ଲୋକେ ସାମିଲ ହୋଇପାରିବେ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ଯୋଗ ଦେଇପାରିବେ । ଷ୍ଟାର ପ୍ରଚାରକଙ୍କ ସହ ଏକ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ପଚାଶ ପ୍ରତିଶତ ଲୋକ ଯୋଗ ଦେଇପାରିବେ ।

ଜାତୀୟ ଦଳ ପାଇଁ ଷ୍ଟାର ପ୍ରଚାରକ ୨୦ଜଣ ଓ ଅଣପଞ୍ଜିକୃତ ରାଜନୈତିକ ଦଳ ପାଇଁ ଦଶ ଜଣ ରହିପାରିବେ । ଆଦର୍ଶ ଆଚରଣ ବିଧି ଉଲଂଘନ ପାଇଁ ଜାରି ହୋଇଛି ଏକ ଟୋଲ ଫ୍ରି' ନମ୍ବର । ୧୯୫୦କୁ ଫୋନ୍ କରି ଅଭିଯୋଗ କରିପାରିବେ ଅଭିଯୋଗକାରୀ । ପିପିଲି ଉପନିର୍ବାଚନ ପାଇଁ 10 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତଦାନ କରିବେ ।

ସେହିଭଳି ଏହି ହାଇପ୍ରୋଫାଇଲ ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ ପ୍ରସ୍ତୁତ ଥିବାବେଳେ ୧୫ଟି ମଡେଲ ବୁଥ କରାଯାଇଛି । ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ ୧୦୨ଟି ଅତିସମ୍ବେଦନଶୀଳ ବୁଥ ରହିଥିବାବେଳେ ୭୩ଟି ସମ୍ବେଦନଶୀଳ ବୁଥ ରହିଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details