ପୁରୀ: ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି । ଆସନ୍ତା 26 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଦିନ ହେବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଦିନଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ବା ଜଳକ୍ରୀଡା ଆରମ୍ଭ କରିବେ ।
ଶ୍ରୀକ୍ଷେତ୍ର ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଦୁଇଟି ଡଙ୍ଗା ଚାପରେ ନୌକା ବିହାର ସହ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ମହାଦେବ । ଏଥିପାଇଁ ପୁଷ୍କରିଣୀରେ ଏକବର୍ଷ ହେବ ବୁଡି ରହିଥିବା ଡଙ୍ଗାକୁ ଵାହାର କରାଯାଇଛି । ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତୀ ଡଙ୍ଗାକୁ ମିଶାଇ ମୋଟ ପାଞ୍ଚଟି ଡଙ୍ଗା କଢାଯାଇଛି ।