ଓଡିଶା

odisha

ETV Bharat / city

22ରେ ପୁରୀ ଆସିବେ ରାଷ୍ଟ୍ରପତି, ବ୍ଲୁ ବୁକ ସିକ୍ୟୁରିଟି ଦେବ ପ୍ରଶାସନ - puri news

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ । ବ୍ଲୁ ବୁକ ସିକ୍ୟୁରିଟି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଅଧିକ ପଢନ୍ତୁ...

Preparation meeting of the administration on the President's visit to Puri
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ପ୍ରସାଶନର ପ୍ରସ୍ତୁତି ବୈଠକ

By

Published : Mar 16, 2021, 3:49 PM IST

ପୁରୀ :ଆସନ୍ତା ୨୨ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଓ କୋଣାର୍କ ଗସ୍ତରେ ଆସିବେ । ଏହାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ଦିଗକୁ ନେଇ ବୈଠକରେ ଆଲୋଚନା କରାଯାଇଛି।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ପ୍ରସାଶନର ପ୍ରସ୍ତୁତି ବୈଠକ

ରାଷ୍ଟ୍ରପତି ସ୍ବତନ୍ତ୍ର ସର୍କିଟ ହାଉସ, ଓଟିଡିସି ଯାତ୍ରୀ ନିବାସ, କୋଣାର୍କ ନିର୍ମାଣ ନିବାସ କି ଜନସ୍ବାସ୍ଥ୍ୟ ଗେଷ୍ଟ ହାଉସରେ ରହଣୀ ନେଇ ଆଲୋଚନା ହୋଇଛି । ବ୍ଲୁ ବୁକ ସିକ୍ୟୁରିଟି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଖାଦ୍ୟ, ସୁରକ୍ଷା ଓ ନିରାପତ୍ତା, ପାନୀୟ ଜଳ ଯୋଗାଣ, ଫଟୋଗ୍ରାଫି ଓ ମିଡିଆ କଭରେଜ, ମାଜିଷ୍ଟ୍ରେଟ ମୁତୟନ, ସ୍ୱାସ୍ଥ୍ୟସେବା ଓ ବ୍ୟାରିକେଡିଂ ଆଦି ୨୨ଟି ପ୍ରସଙ୍ଗରେ ଆଲୋଚନା ହୋଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡେଣ୍ଟ , ଅଗ୍ନିଶମ ଅଧିକାରୀ, ସିଡିଏମଓ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ୨୨ ତାରିଖ ଦିନ ୧୦ ଟାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିବ। ଏହାପରେ ସେ କୋଣାର୍କ ବୁଲି ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details