ଓଡିଶା

odisha

ETV Bharat / city

କୋଣାର୍କ ମହୋତ୍ସବ 2020 ପାଇଁ ପ୍ରସ୍ତୁତି ବୈଠକ - puri konark mahostav 2020

କୋଣାର୍କ ମହୋତ୍ସବ 2020 ପାଇଁ ପ୍ରସ୍ତୁତି ବୈଠକ । ଡିସେମ୍ଵର 1 ତାରିଖରୁ ଡିସେମ୍ଵର 5 ତାରିଖ ପର୍ଯ୍ୟନ୍ତ ଅ।ୟୋଜିତ ହେବ । କୋରୋନା କଟକଣା ଭିତରେ ମହୋତ୍ସବ ଅ।ୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

konark mahostav 2020
କୋଣାର୍କ ମହୋତ୍ସବ 2020 ପାଇଁ ପ୍ରସ୍ତୁତି ବୈଠକ

By

Published : Nov 10, 2020, 3:34 AM IST

ପୁରୀ: କୋଣାର୍କ ମହୋତ୍ସବ 2020 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରୋନା କଟକଣା ଭିତରେ କିଭଳି ଭାବରେ ମହୋତ୍ସବ ଅ।ୟୋଜନ କରାଯିବା ନେଇ ଅ।ଲୋଚନା କରାଯାଇଛି ।

କୋଣାର୍କ ମହୋତ୍ସବ 2020 ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ ମହୋତ୍ସବ ସହିତ ଇକୋ ରିଟ୍ରିଟ କାର୍ଯ୍ୟ କରିବା ପ୍ରଶାସନ ପାଇଁ ଏକ ରକମ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ସୁରୁଖୁରୁରେ କୋରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ତ୍ଵରାନିତ ପାଇଁ ବ୍ୟବସ୍ଥା କରାଯାଉଛି । ଡିସେମ୍ଵର 1 ତାରିଖରୁ ଡିସେମ୍ଵର 5 ତାରିଖ ପର୍ଯ୍ୟନ୍ତ ଅ।ୟୋଜିତ ଏହି ମହୋତ୍ସବରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦିଅ।ଯାଇ ରଙ୍ଗ ମଞ୍ଚରେ ଏକ ତୃତିୟାଂଶ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବ। ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମାସ୍କ ଓ ସାନିଟାଇଜକୁ ଗୁରୁତ୍ଵ ଦିଅ।ଯିବ । ଏହା ସହିତ ଚନ୍ଦ୍ରଭାଗା ବେଳାଭୂମିରେ 20 ଟି ଷ୍ଟଲ ପାଇଁ ଅନୁମତି ମିଳିବ ବୋଲି ସ୍ଥିର କରାଯାଇଛି ।

ଏହା ସହିତ ଚଳିତ ବର୍ଷ ସୋସିଅ।ଲ ମିଡିଅ। ୟୁଟୁବ ଫେସବୁକ ଲାଇଭ ମାଧ୍ୟମରେ ଘରେ ରହି କୋଣାର୍କ ମହୋତ୍ସବ ଉପଭୋଗ ପାଇଁ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ରହିଛି । ଏହି ବୈଠକରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡାମନ୍ତ୍ରୀ ତୁଷାରିକାନ୍ତି ବେହେରା, ପର୍ଯ୍ୟଟନ ସଚିବ ଅ।ର ସଚିନ ଯାଦବ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ସୁଦର୍ଶନ ପଟ୍ଟନାୟକ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details