ଓଡିଶା

odisha

ETV Bharat / city

ରାତି ପାହିଲେ ମାଘ ସପ୍ତମୀ ବୁଡ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ମାଘ ସପ୍ତମୀ ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

By

Published : Jan 31, 2020, 9:00 PM IST

magha saptami buda
ମାଘ ସପ୍ତମୀ ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ବିଶ୍ବ ପ୍ରସିଦ୍ଧ ମାଘ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଭୋରୁ ବୁଡ ପକାଇବେ ଲୋକେ । ଏଥିପାଇଁ କୋଣାର୍କ ଚନ୍ଦ୍ରଭାଗାରେ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ବୁଡ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଶେଷକରି ଚନ୍ଦ୍ରଭାଗା ତିର୍ଥ ପୁଷ୍ପରଣୀରୁ ପଙ୍କ ଉଦ୍ଧାର କରି ବିଶୋଦ୍ଧନ କରାଯାଇଥିବା ବେଳେ ମେଳା ପଡିଆରେ ଆଲୋକୀକରଣ, ଅସ୍ଥାୟୀ ନଳକୂପ,ବ୍ୟାରିକେଡ ବ୍ୟବସ୍ଥା ଓ ଓ୍ଵାଚ ଟାଓ୍ଵାରର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଶୃଙ୍ଖଳିତ ବୁଡ ପକାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ 30 ପ୍ଲାଟୁନ ପୋଲିସ ମୂତୟନ ହୋଇଛନ୍ତି ।

ମାଘ ସପ୍ତମୀ ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details