ଓଡିଶା

odisha

ETV Bharat / city

ଦୁର୍ଗା ପୂଜାରେ କୋଭିଡ ଗାଇଡ଼ଲାଇନ କଡାକଡି ପାଳନ ନେଇ ପ୍ରସ୍ତୁତି

ଗଣେଶ ପୂଜା ପରେ ବଡ଼ ପର୍ବ ଭାବେ ଦଶହରା ପର୍ବ ଆସୁଛି । ତେବେ ଦୁର୍ଗା ପୂଜା ନେଇ ପୁରୀରେ ରହିଛି ସ୍ୱତନ୍ତ୍ର ପରମ୍ପରା । ଏଠାରେ ଗୋସାଣୀ ଦେବୀ ଭାବେ ପୂଜା କରାଯାଏ । ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଦେବୀ ବିମଳାଙ୍କ ନୀତି ସହିତ ଜଡିତ ଏହି ଗୋସାଣୀ ପୂଜା । ଅଧିକ ପଢନ୍ତୁ...

By

Published : Sep 11, 2021, 8:09 PM IST

ଦୁର୍ଗା ପୂଜାରେ କୋଭିଡ ଗାଇଡ଼ଲାଇନ କଡାକଡି ପାଳନ ନେଇ ପ୍ରସ୍ତୁତି
ଦୁର୍ଗା ପୂଜାରେ କୋଭିଡ ଗାଇଡ଼ଲାଇନ କଡାକଡି ପାଳନ ନେଇ ପ୍ରସ୍ତୁତି

ପୁରୀ: ଆରମ୍ଭ ହୋଇଛି ପାର୍ବଣ ଋତୁ । ଗଣେଶ ପୂଜା ପରେ ବଡ଼ ପର୍ବ ଭାବେ ଦଶହରା ପର୍ବ ଆସୁଛି । ତେବେ ଦୁର୍ଗା ପୂଜା ନେଇ ପୁରୀରେ ରହିଛି ସ୍ୱତନ୍ତ୍ର ପରମ୍ପରା । ଏଠାରେ ଗୋସାଣୀ ଦେବୀ ଭାବେ ପୂଜା କରାଯାଏ । ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଦେବୀ ବିମଳାଙ୍କ ନୀତି ସହିତ ଜଡିତ ଏହି ଗୋସାଣୀ ପୂଜା । ଏଣୁ, ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କିଭଳି ଏହା ଆୟୋଜନ କରିହେବ, ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପୂଜା କମିଟି ସହିତ ଆଲୋଚନା ପାଇଁ ବ୍ୟବସ୍ଥା କରିଛି।

ଦୁର୍ଗା ପୂଜାରେ କୋଭିଡ ଗାଇଡ଼ଲାଇନ କଡାକଡି ପାଳନ ନେଇ ପ୍ରସ୍ତୁତି

କୋଭିଡ କଟକଣା ଅନୁଯାୟୀ ନିରାଡ଼ମ୍ବର ଭାବେ କେବଳ ପୂଜା ମଣ୍ଡପରେ ନୀତି କିଭଳି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେନେଇ ଆଲୋଚନା ହେବ। କୌଣସି ଭକ୍ତଙ୍କୁ ଦର୍ଶନ ନେଇ ଅନୁମତି ଦିଆଯିବ ନାହିଁ। ଅନ୍ୟପଟେ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଏଥର ଶ୍ରୀକ୍ଷେତ୍ର ଗୋସାଣୀ ଯାତ୍ରା ହେବ ବୋଲି ପୂଜା କମିଟି କର୍ମକର୍ତ୍ତା କହିଛନ୍ତି। ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମଣ୍ଡପ ନିକଟରେ କୌଣସି ଭକ୍ତଙ୍କୁ ଦର୍ଶନ କିମ୍ବା ପୂଜା ନେଇ ଅନୁମତି ଦିଆଯିବ ନାହିଁ। ତେବେ ସରକାର ମୂର୍ତ୍ତିର ଉଚ୍ଚତା 4 ଫୁଟରେ ସୀମିତ ରହିବା ନେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ମାନିବା ସମ୍ଭବ ନୁହେଁ ବୋଲି ପୂଜା କମିଟି କର୍ମକର୍ତ୍ତା କହିଛନ୍ତି। ପୁରୀ ହେଉଛି ସ୍ୱତନ୍ତ୍ର ସ୍ଥାନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ସହିତ ଜଡିତ ସମସ୍ତ ପୂଜା ପର୍ବ । ଏଣୁ ପୂର୍ବରୁ ପରମ୍ପରା ଅନୁଯାୟୀ ଯେଭଳି ମୂର୍ତ୍ତି ତିଆରି ହେଉଥିଲା ସେହିଭଳି ରହିବ। ଏହାକୁ ଛୋଟ କରି ସେ ମହାପାପର ଭାଗୀ ହେବେ ନାହିଁ ବୋଲି ପୂଜା ମଣ୍ଡପ କର୍ମକର୍ତ୍ତା କହିଛନ୍ତି । ପୂର୍ବ ବର୍ଷ ଯେଭଳି କୋଭିଡ କଟକଣାରେ ପୁରୀ ଗୋସାଣୀ ପୂଜା ଅନୁଷ୍ଠିତ ହୋଇଥିଲା । ସେହିଭଳି ଏଥର ବି ସବୁ ମାନି ଯାତ୍ରା ହେବ ବୋଲି ପୂଜା ମଣ୍ଡପ କର୍ମକର୍ତ୍ତା କହିଛନ୍ତି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details