ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରକୁ ଆସିଲା ପଢ଼ୁଆଁ ଭାର

ରାତି ପାହିଲେ ପ୍ରଥମାଷ୍ଟମୀ । ନିଆଳୀର ପ୍ରଭୁ ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର । ପ୍ରଥମାଷ୍ଟମୀରେ ମହାପ୍ରଭୁ ହେବେ ପଢ଼ୁଆଁ ।

ଡିଜାଇନ ଫଟୋ

By

Published : Nov 19, 2019, 9:33 PM IST

ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ । ମହାପ୍ରଭୁ ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବେ । ଏଥିଲାଗି ନିଆଳିର ପ୍ରଭୁ ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଶ୍ରୀମନ୍ଦିର ଆସିଛି ।

ଶ୍ରୀମନ୍ଦିର ଆସିଲା ପଢ଼ୁଆଁ ଭାର

ଭଜନ, କୀର୍ତ୍ତନରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ପଢ଼ୁଆଁ ଭାର ଆସିଛି । ଭକ୍ତମାନେ ଶ୍ରଦ୍ଧାପୂର୍ବକ ଶ୍ରୀମନ୍ଦିରରେ ପଢୁଆଁ ଭାର ଦେଇଯାଇଛନ୍ତି । ମହାପ୍ରଭୁଙ୍କ ମାମୁଁ ନିଆଳିର ପ୍ରଭୁ ମାଧବ ବୋଲି କୁହାଯାଏ ।

ସୂଚନା ଥାଉକି, ପୂର୍ବରୁ ରାଜ ରାଜୁଡା ଅମଳରେ ପ୍ରଥମାଷ୍ଟମୀରେ ପଢ଼ୁଆଁ ଭାର ମାଧବ ମନ୍ଦିରରୁ ଆସୁଥିଲା । ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଏହି ପରମ୍ପରା ବନ୍ଦ ହୋଇଯାଇଥିଲା । ତେବେ ଚଳିତ ବର୍ଷ ପୁଣି ଏହି ଅଞ୍ଚଳର ଲୋକେ ଏକାଠି ହୋଇ ପରମ୍ପରାକୁ ଆରମ୍ଭ କରିଛନ୍ତି ।

ଗଜପତିଙ୍କ ପରାମର୍ଶ ନେଇ ଓ ସରକାରୀଙ୍କ ସହିତ ଆଲୋଚନା କରି ପୁନର୍ବାର ଏହି ପରମ୍ପରା ଚଳିତ ଥର ଆରମ୍ଭ ହୋଇଛି । ପଢ଼ୁଆଁ ଭାରରେ ପାଟ ବସ୍ତ୍ର, ବିଭିନ୍ନ ଫଳ ମୂଳ ଓ ବିଭିନ୍ନ ସାମଗ୍ରୀ ନେଇ ଶ୍ରୀମନ୍ଦିରରେ ଦେଇଛନ୍ତି ମାଧବାନନ୍ଦଜୀୟୁ ଟ୍ରଷ୍ଟ । ଆଗାମୀ ଦିନରେ ଏହି ପରମ୍ପରା ଆଗେଇ ଚାଲିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details