ଓଡିଶା

odisha

ETV Bharat / city

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ, ଶେଷ ପର୍ଯ୍ୟାୟରେ ତିନି ରଥର ପ୍ରଭା କାର୍ଯ୍ୟ - ଘୋଷଯାତ୍ରା

ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ 90 ପ୍ରତିଶତ ଶେଷ ହୋଇ ସାରିଲାଣି । ତିନିରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ, ଶେଷ ପର୍ଯ୍ୟାୟରେ ତିନି ରଥର ପ୍ରଭା କାର୍ଯ୍ୟ
ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ, ଶେଷ ପର୍ଯ୍ୟାୟରେ ତିନି ରଥର ପ୍ରଭା କାର୍ଯ୍ୟ

By

Published : Jun 30, 2021, 10:15 PM IST

ପୁରୀ: ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ 90 ପ୍ରତିଶତ ଶେଷ ହୋଇ ସାରିଲାଣି । ତିନିରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ଚାରପରିଛାକୁ ମୁଣ୍ଡାଇ ରଖିବାପାଇଁ ୫ଗୋଟି ଲେଖାଁଏ ଗୁଣ୍ଠି ନିର୍ମାଣ ହୋଇ ହୋଇଛି । ତଳେ ରଥ ସମ୍ମୁଖ ସାଲ ଗୁଜ ଗୁଡିକରେ ଫିଟିଙ୍ଗ କରାଯାଇଛି ।

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ, ଶେଷ ପର୍ଯ୍ୟାୟରେ ତିନି ରଥର ପ୍ରଭା କାର୍ଯ୍ୟ

ତିନିରଥର ଘୋଡା ଯୋଖାହେବା ପାଇଁ ଦୁଇଟି ଲେଖାଁଏ ଇଶ ନିର୍ମାଣ ଶେଷ ହୋଇ ବିନ୍ଧ କାର୍ଯ୍ୟ ହେଉଛି । ସେହିପରି ତିନିରଥର ୪ଟି ଲେଖାଁଏ 'ପାଦି'ନିର୍ମାଣ ଶେଷ ହୋଇଅଛି, ଏହା ରଥର ସମ୍ମୁଖ ଏବଂ ପଛ ଭାଗରେ କତରା ଦୁଇପାର୍ଶ୍ୱରେ ଫିଟିଙ୍ଗ ହେବ । ଏହା ରଥକୁ ସେବକ ମାନେ ସେବାପାଇଁ ଉଠିଲା ବେଳେ ପାଦିରେ ପାଦ ରଖି ଉଠିବା ପାଇଁ ଲାଗିଥାଏ ।

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ, ଶେଷ ପର୍ଯ୍ୟାୟରେ ତିନି ରଥର ପ୍ରଭା କାର୍ଯ୍ୟ

ତିନିରଥର ସିଂହାସନ ବେଦି ନିର୍ମାଣ ପାଇଁ ପାଞ୍ଚ ଗୋଟି ଜଗତପୃଷ୍ଠ ଶେଣୀ ରଥ ରେ ଫିଟିଙ୍ଗ ହୋଇଥିଲା । ଜଗତପୃଷ୍ଠ ଶେଣୀର ଉଭୟ ପାର୍ଶ୍ୱରେ ତିନୋଟି ଲେଖାଁଏ ବାହୁଟ ଫାଳିଆ ଫିଟିଙ୍ଗ ହୋଇ ବେଦୀ ପଟା ପଡ଼ିଅଛି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ୧୦ଟି ଲେଖାଁଏ ଗୁଣ୍ଠି କଣ୍ଟା, ବେଦୀସିଂହାସନ ପାଇଁ ବାହୁଟ ଫାଳିଆ କଣ୍ଟା ୧୨ଟି ଲେଖାଁଏ ଯୋଗାଇବା ସହ କନକମୁଣ୍ଡି କଣ୍ଟା, ସିଂହାସନ ରାୟ କଣ୍ଟା ନିର୍ମାଣ କରୁଛନ୍ତି ।

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ, ଶେଷ ପର୍ଯ୍ୟାୟରେ ତିନି ରଥର ପ୍ରଭା କାର୍ଯ୍ୟ

ତିନିରଥର ଚିତ୍ରକାର ସେବକ ମାନେ ଦୁଆର ବେଢାରେ ଚିତ୍ରକାମ କରିବାସହ ରଥ ପାର୍ଶ୍ୱ ଦେବଦେବୀ, ନାଟ ଗୋଡ଼, ଓଲଟ ଶୁଆ, ଆଦିରେ ରଙ୍ଗ ଚିତ୍ର ଜାରି ରଖିଛନ୍ତି । ତିନିରଥର ଦରଜୀ ସେବକ ମାନେ ରଥପାଇଁ କନା କଟିଙ୍ଗ ସହ ସେଥିରେ ଜରି ଯୁକ୍ତ ଲେସ ଫିଟିଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

ଘୋଷଯାତ୍ରାକୁ ଆଉ ଅଳ୍ପ ଦିନ, ଶେଷ ପର୍ଯ୍ୟାୟରେ ତିନି ରଥର ପ୍ରଭା କାର୍ଯ୍ୟ
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details