ଓଡିଶା

odisha

ETV Bharat / city

ମହାରଥୀଙ୍କ ଫାର୍ମ ହାଉସ ଯାଞ୍ଚବେଳେ ଫ୍ଲାଇଂ ସ୍କ୍ବାର୍ଡଙ୍କୁ ଆକ୍ରମଣ

ଯାଞ୍ଚ କରିବାକୁ ଯାଇଥିବା ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀଙ୍କ ଉପରେ ଆକ୍ରମଣ । ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ ଯାଞ୍ଚ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଅଧିକାରୀ । ଘଟଣାରେ 2 ମାଜିଷ୍ଟ୍ରେଟଙ୍କ ସମେତ 4ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Apr 22, 2019, 9:17 AM IST

Updated : Apr 22, 2019, 9:46 AM IST

ପୁରୀ: ପିପିଲିରେ ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ । ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସକୁ ଯାଞ୍ଚ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି ଅଧିକାରୀ । ଆକ୍ରମଣରେ ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କ ଅଣ୍ଟା ଏବଂ ମାଜିଷ୍ଟ୍ରେଟ ବିଜୟ କୁମାର କରଙ୍କ ହାତରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଆକ୍ରମଣକାରୀମାନେ କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି । ପିପିଲି ଥାନା ଏଏସଆଇ ବିନୟ କୁମାର ଦାସ, କ୍ୟାମେରାମ୍ୟାନ ଦୀପକ ପ୍ରଧାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପିପିଲି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଆକ୍ରମଣରେ ଗୁରୁତର ଥିବା ରବି ନାରାୟଣ ପାତ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ସେପଟେ ଖବର ପାଇଁ ପୁରୀ ଏସପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ଘଟଣାସ୍ଥଳରୁ ଗୋଟିଏ ବାଇକ ଜବତ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 22, 2019, 9:46 AM IST

ABOUT THE AUTHOR

...view details