ଓଡିଶା

odisha

ETV Bharat / city

ଅଭିଯୁକ୍ତ ସହ ପୋଲିସ ବାବୁଙ୍କ ସେଲଫି ଘଟଣା, ଥାନା ଅଧିକାରୀ ନିଲମ୍ବିତ - police officer selfie with accused in puri

ଅଭିଯୁକ୍ତ ସହିତ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ସେଲଫି ଉଠାଇବା ଘଟଣା । ପ୍ରଥମେ ତାଙ୍କୁ ପୁରୀ ମୁଖ୍ୟାଳୟକୁ ବଦଳି କରାଯାଇଥିବାବେଳେ ପରେ ତାଙ୍କୁ ନିଲମ୍ବନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Oct 16, 2019, 10:19 AM IST

Updated : Oct 16, 2019, 4:01 PM IST

ପୁରୀ: ହତ୍ୟା ଅଭିଯୁକ୍ତ ସହିତ ସେଲ୍‌ଫି ଉଠାଇବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପାଇଁ ମହଙ୍ଗା ପଡିଛି। ପ୍ରଥମେ ତାଙ୍କୁ ପୁରୀ ମୁଖ୍ୟାଳୟକୁ ବଦଳି କରାଯାଇଥିବାବେଳେ ପରେ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ବିକେ ଶର୍ମା ତାଙ୍କୁ ନିଲମ୍ବନ କରିଛନ୍ତି। ଅଶୋଭନୀୟ ଆଚରଣ ପାଇଁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ, ଗତ 5 ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ସାଧୁ ସ୍ବାଇଁ ଓ ତାଙ୍କ ପୁଅ ଦିଲୀପଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଫଳରେ ଦିଲୀପଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ବାପା ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଥିଲା। ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧା ମୋହନ ବିଶ୍ବାଳ ଓରଫ ମୁନ୍ନାକୁ ଗିରଫ କରି ଥାନାକୁ ଆଣିବା ସମୟରେ ଗାଡି ଭିତରେ ଏହି ସେଲଫି ଉଠାଯାଇଥିବା କୁହାଯାଉଛି ।

ତେବେ ଏହି ସେଲଫି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଥମେ ତାଙ୍କୁ ପୁରୀ ଏସପି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 16, 2019, 4:01 PM IST

ABOUT THE AUTHOR

...view details