ଓଡିଶା

odisha

ETV Bharat / city

ପିପିଲି ଉପନିର୍ବାଚନ: ବଦଳୁଛି ପ୍ରଚାର ତରିକା - ପିପିଲି ଉପନିର୍ବାଚନ ପ୍ରଚାର

କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ । ଏଥିପାଇଁ ଭିନ ଢଙ୍ଗରେ ବିଜେଡି ପ୍ରଚାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ। ଅଧିକ ପଢନ୍ତୁ...

pipili byelection campaign
ପିପିଲି ଉପନିର୍ବାଚନ :ବଦଳୁଛି ପ୍ରଚାରର ତରିକା

By

Published : Apr 27, 2021, 10:06 PM IST

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ । ଏଥିପାଇଁ ଭିନ ଢଙ୍ଗରେ ବିଜେଡି ପ୍ରଚାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ। ପ୍ରତି ଘରକୁ ଯାଇ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଦଳୀୟ ନେତା ଲୋକଙ୍କୁ ବୁଝାଇବା ସହଁ ଘର ଆଗରେ ଶଙ୍ଖ ଚିହ୍ନ ଷ୍ଟିକର ଲଗାଇବେ। ଏହା ସହ କୋଭିଡ଼ ସଚେତନତା ବି ସୃଷ୍ଟି କରିବ ଦଳ । କୋଭିଡ଼ ଗାଇଡ଼ଲାଇନ ମାନି ଏଭଳି ଢଙ୍ଗରେ ପ୍ରଚାର କରାଯିବ।

ପିପିଲି ଉପନିର୍ବାଚନ :ବଦଳୁଛି ପ୍ରଚାରର ତରିକା

ଅନ୍ୟ ପକ୍ଷରେ ବିରୋଧୀ କଂଗ୍ରେସ ଦଳୀୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ଦଳ ନିର୍ବାଚନ ଘୁଞ୍ଚେଇବା କୁ ଚାହିଁଛି । କୋଭିଡ୍ ର ଦ୍ଵିତୀୟ ଲହର ଯୋଗୁଁ ନିର୍ବାଚନ ବିଳମ୍ବରେ କରିବା ନେଇ ଦଳ କହିଛି । ଏହା ସହ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଏକ ଦାବି ପତ୍ର ମଧ୍ୟ ଦେଇଛି । ଏହା ସହ ଯଦି ନିର୍ବାଚନ ହୁଏ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ କୁ କଡାକଡି ଭାବରେ ପାଳନ କରି ପ୍ରଚାର କରିବା ବୋଲି ପ୍ରଦୀପ ମାଝୀ କହିଛନ୍ତି । ସାମାଜିକ ଦୂରତା ଓ ମାନି ଘର ଘର ବୁଲି ପ୍ରଚାର କରିବେ ବୋଲି ସେ କହିଛନ୍ତି ।

ସେପଟେ ବିଜେପି କହିଛି ଯେ,ଭାରତୀୟ ଜନତା ପାର୍ଟି କୋଭିଡ୍ ନିୟମ ମାନି ପ୍ରଚାର କରୁଛି ,ଘର ଘର ବୁଲି ପ୍ରଚାର କରୁଛି ,ବିଜେଡି ଘରେ ଶଙ୍ଖ ଲଗେଇଲେ ବି ଲୋକେ ଭୋଟ ଦେବେନି ,ବିଭିନ୍ନ ସମୟରେ ପିପିଲି କୁ ଅଣଦେଖା କରାଯାଇଛି ।ଶଙ୍ଖ ବଜାନ୍ତୁ କି ଶଙ୍ଖ ଷ୍ଟିକର ଲଗାନ୍ତୁ ତାର କିଛି ଫରକ ପଡିବନି । ବିଜେପିର ପ୍ରାର୍ଥୀ ନିଜେ ପ୍ରଚାର କରାଯାଉଛି କୋଭିଡ୍ ନିୟମ ମାନି ପ୍ରଚାର କରାଯାଉଛି ବୋଲି ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

ପିପିଲି ଉପନିର୍ବାଚନକୁ ନେଇ ଉଭୟ ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରେ ରାଜନୈତିକ ଲଢେଇ ଜାରି ରହିଛି । ପିପିଲି ଆସନ ହାସଲ କରିବା ପାଇଁ ସେମାନେ ଜାରୀ ରଖିଛନ୍ତି ପ୍ରଚାର ପ୍ରସାର । ସୂଚନାଥାଉକି ଆସନ୍ତା ମେ 16 ରେ ହେବ ଉପନିର୍ବାଚନ ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାର

ABOUT THE AUTHOR

...view details