ଓଡିଶା

odisha

ETV Bharat / city

ପ୍ରଚାରକୁ 2 ଦିନ, କର୍ମୀଙ୍କୁ ଏକାଠି କରି ଭୋଟ ହାତେଇବାକୁ ବିଜେଡିର ବ୍ଲୁ ପ୍ରିଣ୍ଟ

ଆଉ ମାତ୍ର ଦୁଇଦିନ ରହିଲା ପିପିଲି ଉପନିର୍ବାଚନ କ୍ୟାମ୍ପେନ । ବିଜେଡି ନେତା ମାନେ ପିପିଲି ଓ ଡେଲାଙ୍ଗ ବିଭିନ୍ନ ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି। ବିଭିନ୍ନ ସ୍ଥାନରେ କର୍ମୀ ସମ୍ମୀଳନୀ କରି ବିଜେଡି ନେତାମାନେ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି। ଅଧିକ ପଢନ୍ତୁ...

pipili byelection door to door campaign of bjd
କର୍ମୀ ସମ୍ମୀଳନୀ କରି ପ୍ରଚାର କରୁଛି ବିଜେଡି

By

Published : Sep 25, 2021, 7:42 PM IST

ପୁରୀ: ପିପିଲି ଉପନିର୍ବାଚରେ ପ୍ରଚାରକୁ ରହିଲା ଆଉ ମାତ୍ର ଦୁଇ ଦିନ । ସମସ୍ତ ରାଜନୈତିକ ଦଳ କଳବଳ କୌଶଳ ସହ ପ୍ରଚାରରେ ଲାଗିଛନ୍ତି । ଏଭଳି ସ୍ଥିତିରେ ପ୍ରଚାରରେ ସବୁଠୁ ଆଗରେ ବିଜେଡି । ଡୋର ଟୁ ଡୋର କ୍ୟାମ୍ପେନ କରୁଛି ବିଜେଡି ।

କର୍ମୀ ସମ୍ମୀଳନୀ କରି ପ୍ରଚାର କରୁଛି ବିଜେଡି

ପିପିଲି ଉପନିର୍ବାଚନରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ନେତା ମାନେ ପିପିଲି ଓ ଡେଲାଙ୍ଗର ବିଭିନ୍ନ ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି। ବିଭିନ୍ନ ସ୍ଥାନରେ କର୍ମୀ ସମ୍ମୀଳନୀ କରି ଭୋଟରଙ୍କୁ କିଭଳି ମନା ଯାଇ ପାରିବ ବିଜେଡି ନେତାମାନେ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି। ଆଜି ବିଜେଡିର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହ ଦେଓ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପୁଷ୍ପେନ୍ଦ୍ର ସିଂହଦେଓ ଗଣାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପିପିଲି ମାହୋଲ ଏବେ ଯେଭଳି ରହିଛି ବିଜେଡି ବିପୁଳ ବିଜୟ ହାସଲ କରିବ। ନବୀନ ପଟ୍ଟନାୟକ ବିକାଶମୂଳକ କାର୍ଯ୍ୟକୁ ପିପିଲିବାସୀ ସମର୍ଥନ ଦେଇ ନିଶ୍ଚିତ ବିଜେଡିକୁ ଜିତାଇବେ। ବିରୋଧୀ ବିଜେଡି ବିରୋଧରେ ଅପପ୍ରଚାର କଲେ ମଧ୍ୟ କୌଣସି ପ୍ରଭାବ ପଡ଼ିବନି। ବିଜେଡି ହିଁ ପିପିଲିରେ ଜିତିବ ବୋଲି ବିଜେଡିର ବରିଷ୍ଠ ନେତା କହିଛନ୍ତି।

ସେପଟେ ରୁଦ୍ର ମହାରଥୀ କହିଛନ୍ତି ସେ ମିଛ ପ୍ରତିଶୃତି ଦେଇ ରାଜନୀତି କରିବାକୁ ଆସି ନାହାନ୍ତି। ଏଣୁ କ୍ୟାମ୍ପେନ ବେଳେ ସେ କୌଣସି ବଡ ବଡ କଥା କହି ଲୋକଙ୍କୁ ପ୍ରତିଶୃତି ଦେଇନାହାନ୍ତି। ସେ ଜିତିଲେ ପିପିଲି ନିର୍ବାଚନମଣ୍ଡଳୀର ବିକାଶ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ରୁଦ୍ର ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଥାଉକି ଆସନ୍ତା ୩୦ ତାରିଖରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ। ଅକ୍ଟୋବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ। କୋରୋନା କଟକଣା ମଧ୍ୟରେ ମତଦାନ ପ୍ରକ୍ରିୟା କରିବା ପାଇଁ ନିର୍ବାଚନ କମିସନ ଗାଇଡଲାଇନ ଜାରି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details