ଓଡିଶା

odisha

ଉପନିର୍ବାଚନ ପୁର୍ବରୁ ଅଶାନ୍ତ ପିପିଲି; ମାଧିପୂରରେ ବୋମା ମାଡ଼, ସ୍ଥିତି ସମୀକ୍ଷା କଲେ SP

By

Published : Sep 29, 2021, 7:08 PM IST

ନିର୍ବାଚନ ଯେତିକି ପାଖେଇ ଆସୁଛି ପିପିଲି ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ଏନେଇ ମାଧିପୂର ଅଞ୍ଚଳରେ ଗଟିଛି ମୋମାବାଡ । ଆଉ ଏନେଇ ତଦନ୍ତ ଚାଲିଛି ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଲେ ପୁରୀ ଏସପି । ଅଧିକ ପଢନ୍ତୁ...

ଉପନିର୍ବାଚନ ପୁର୍ବରୁ ଅଶାନ୍ତ ପିପିଲି, ମାଧିପୂର ଅଞ୍ଚଳରେ ବୋମାମାଡ଼, ସ୍ଥିତି ସମୀକ୍ଷା କଲେ ଏସପି
ଉପନିର୍ବାଚନ ପୁର୍ବରୁ ଅଶାନ୍ତ ପିପିଲି, ମାଧିପୂର ଅଞ୍ଚଳରେ ବୋମାମାଡ଼, ସ୍ଥିତି ସମୀକ୍ଷା କଲେ ଏସପି

ପୁରୀ: ରାତି ପାହିଲେ ପିପିଲି ଉପନିର୍ଵାଚନ । ଏନେଇ ପିପିଲି ଡେଲାଙ୍ଗର ବିଭିନ୍ନ ମତଦାନ କେନ୍ଦ୍ର ବୁଲି ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ପୁରୀ ଏସପି । ନିର୍ଵାଚନ ପାଇଁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିବା ସହିତ ଭୟମୁକ୍ତ ଭାବରେ ନିର୍ଵାଚନରେ ଭାଗ ନେଇ ନିଜର ମତଦାନ କରିବାକୁ ଅପିଲ କରିଛନ୍ତି । ତେବେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପୁଲିଂ ପାର୍ଟି ନିଜ ନିଜ ବୁଥରେ ଭୋଟ ପାଇଁ ପ୍ରସ୍ତୁତି ଅ।ରମ୍ଭ କଲେଣି । ଆଉ ଆସନ୍ତାକାଲି ସକାଳ 7ଟାରୁ ଅ।ରମ୍ଭ ହେବ ମତଦାନ ।

ଉପନିର୍ବାଚନ ପୁର୍ବରୁ ଅଶାନ୍ତ ପିପିଲି, ମାଧିପୂର ଅଞ୍ଚଳରେ ବୋମାମାଡ଼, ସ୍ଥିତି ସମୀକ୍ଷା କଲେ ଏସପି

ନିର୍ବାଚନ ପୂର୍ବରୁ ପିପିଲିର ମାଧିପୂର ଅଞ୍ଚଳରେ ଗତକାଲି (ମଙ୍କଳବାର) ରାତ୍ରିରେ ବୋମାମାଡ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ତେବେ ଏହି ଘଟଣାକୁ ନେଇ ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ଥାନୀୟ ସମାଜସେବୀ । ସେ କହିଛନ୍ତି ସମ୍ବେଦନଶୀଳ ବୁଥ ଉପରେ ପୋଲିସ କଡା ନଜର ନ ରଖିଲେ ବିଶୃଙ୍ଖଳା ହେବାର ଆଶଙ୍କା ରହିଛି । ଆଉ ଏହି ବୋମା ମାଡ ଘଟଣାର ତଦନ୍ତ ଚାଲିଛି ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ଏଥିପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇଛି ଚୁଡାନ୍ତ ପ୍ରସ୍ତୁତି । ପିପିଲି ବିଧାନସଭା ପାଇଁ ୩୪୮ ବୁଥରେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଆସନ୍ତାକାଲି ସକାଳ ୬.୩୦ରେ ମକ୍ ପୁଲିଂ ପରେ ୭ଟାରୁ ଆରମ୍ଭ ହେବ ମତଦାନ । ୩୪୮ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥକୁ ମିଶାଇ ୧୭୫ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୨ ଟି ବୁଥରେ ଭିଡିଓ ଉତ୍ତୋଳନର ବ୍ୟବସ୍ଥା କରାଯାଇଛି ।

ମତଦାନ ହେବାକୁ ଥିବା ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ଅବସ୍ଥାପିତ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ନେବାଆଣିବା କରିବା ପାଇଁ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଥିବା ବେଳେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ରରେ ମତଦାନ କରିଵେ ଭୋଟର । ତେବେ ଉପନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ଜଣ ସୁରକ୍ଷାକର୍ମୀ ଓ ୩୨ଟି ମୋବାଇଲ ଟିମ୍ ନିୟୋଜିତ ହୋଇଛନ୍ତି । ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଥିବା ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ୍ ପାଇଁ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ ସହ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି ।

ତେବେ ଗତଥର ଅତି ସମ୍ଵେଦନଶୀଳ ବୁଥ ଗୁଡିକ ମଧ୍ୟରୁ ଅଧିକ ବୁଥ ଅ।ଦର୍ଶ ମତଦାନ କେନ୍ଦ୍ରର ମାନ୍ୟତା ପାଇଛି । ଏନେଇ ଜିଲ୍ଲାପାଳ ପିପିଲି ଏନଏସିରେ ଥିବା ମତଦାନ କେନ୍ଦ୍ର ପରିଦର୍ଶନ କରି ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଶେଷକରି କୋଭିଡକୁ ଗୁରୁତ୍ଵ ଦେବା ସହିତ ଭୋଟର ମାନେ ଭୋଟ ଦେବା ବେଳେ ହାତ ସାନିଟାଇଜ ସହିତ ଗୋବ୍ଲ୍ସସ ଵ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୁରୀ ଏସପି ପିପିଲି ଓ ଡେଲାଙ୍ଗର ବିଭିନ୍ନ ବୁଥ ବୁଲି ଅ।ଇନ ଶୃଙ୍ଖଳା ପରିସ୍ଥିତିର ଅନୁଧ୍ୟାନ କରିବା ସହ ଜନସାଧାରଣ ନିର୍ଭୟରେ ଭୋଟ ଦାନ କରିବା ପାଇଁ ଜନସାଧରଣଙ୍କୁ ନିବେଦନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details