ଓଡିଶା

odisha

ETV Bharat / city

ପିପିଲି ଉପନିର୍ବାଚନ: ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ - Postal ballot vehicle launches in pipili

ପିପିଲି ବିଧାନସଭା ଉପନିର୍ବାଚନରେ ବାର୍ଦ୍ଧକ୍ୟପୀଡିତ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଆରମ୍ଭ ହେଲା ବାଲାଟ ଗାଡି ସେବା । ଶୁଭାରମ୍ଭ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ: ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ
ପିପିଲି ଉପନିର୍ବାଚନ: ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ

By

Published : Sep 23, 2021, 6:25 PM IST

ପୁରୀ:ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଗାଡି ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ଏହି ପୋଷ୍ଟାଲ ବାଲାଟ ଗାଡି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି । ଏହି ବ୍ୟବସ୍ଥାରେ 7ଟି ଗାଡି ନିୟୋଜିତ ହୋଇଛନ୍ତି ।

ପିପିଲି ଉପନିର୍ବାଚନ: ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ

ଏଥିରେ ପୋଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ମତଦାନ କରାଇବେ । ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫, ମୋଟ ୧୦୭୭ ଜଣ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ ଭୋଟର ଏହି ମାଧ୍ୟମରେ ମତଦାନ କରିବେ । ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଊର୍ଦ୍ଧ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଥିବାବେଳେ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ଭୋଟର ଏହି ତାଲିକାଭୁକ୍ତ ହୋଇଛନ୍ତି ।

ଏଥିପାଇଁ ୭ଟି ଗାଡି ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଏଥିପାଇଁ ସହଯୋଗ କରିବେ । ପୂର୍ବରୁ ମଧ୍ୟ ଗତ ମେ ୩ ତାରିଖରେ ପୋଷ୍ଟାଲ ବାଲଟ ମାଧ୍ୟମରେ ପିପିଲିର ୬୩ ଓ ଡେଲାଙ୍ଗର ୭୫ ଜଣଙ୍କ ମୋଟ ୧୩୮ ଜଣଙ୍କ ଠାରୁ ମତଦାନ ନିଆଯାଇଥିଲା । ଆଜି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details