ଓଡିଶା

odisha

ETV Bharat / city

ପିପିଲି ଉପନିର୍ବାଚନ, ପୁରୀରେ ଯାନବାହାନର ତନ୍ନ ତନ୍ନ ଚେକିଂ

ପିପିଲି ଉପ ନିର୍ବାଚନକୁ ଅବାଧ, ନିରପେକ୍ଷ ପାଇଁ କଡାକଡି ଚେକିଂ। ସମସ୍ତ ଯାନବାହାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଫ୍ଲାଇଙ୍ଗ ସ୍କ୍ୱାର୍ଡ ମାଧ୍ୟମରେ ଏହା ଯାଞ୍ଚ କରାଯାଉଛି । 3ଟି ଟିମ ଏନେଇ ଯାଞ୍ଚ କରୁଛନ୍ତି । ଅଧିକ ପଢନ୍ତୁ...

ପିପିଲି ଉପ ନିର୍ବାଚନ, ପୁରୀରେ ଯାନ ବାହାନର ତନ୍ନ ତନ୍ନ ଚେକିଂ
ପିପିଲି ଉପ ନିର୍ବାଚନ, ପୁରୀରେ ଯାନ ବାହାନର ତନ୍ନ ତନ୍ନ ଚେକିଂ

By

Published : Apr 3, 2021, 5:53 PM IST

ପୁରୀ: ପିପିଲି ଉପନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଭୟ ମୁକ୍ତ ନେଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କଡାକଡି ଚେକିଂ । ବିଶେଷ କରି ପିପିଲିକୁ ପ୍ରବେଶ କରୁଥିବା ସମସ୍ତ ଯାନବାହାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଫ୍ଲାଇଙ୍ଗ ସ୍କ୍ୱାର୍ଡ ମାଧ୍ୟମରେ 3 ଟି ଟିମ ଏନେଇ ଯାଞ୍ଚ କରୁଛନ୍ତି।

ପିପିଲି ଉପ ନିର୍ବାଚନ, ପୁରୀରେ ଯାନ ବାହାନର ତନ୍ନ ତନ୍ନ ଚେକିଂ

ପିପିଲି ଟୋଲ ଗେଟ, ଦାଣ୍ଡ ମୁକୁନ୍ଦପୁର ଓ ଡେଲାଙ୍ଗରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ସମସ୍ତ ଯାନବାହାନକୁ ଯାଞ୍ଚ କରୁଛି। ନିର୍ବାଚନରେ ଟଙ୍କା , ଅସ୍ତ୍ରଶସ୍ତ୍ର ଓ ନିଶା ଦ୍ରବ୍ୟ ଗାଡିରେ ଚାଲାଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ କରାଯାଉଛି । ସେପଟ ପିପିଲି ଉପ-ନିର୍ବାଚନ ପୂର୍ବରୁ ପୁରୀର ଜିଲ୍ଲା ପ୍ରଶାସନ ସମସ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର ଜମା କରିବାକୁ କହିଛି ।

ପିପିଲି ନିର୍ବାଚନ ମଣ୍ଡଳୀରେ ପ୍ରାୟ 150 ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ରଧାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ 30 ପ୍ରତିଶତ ଏପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ପୋଲିସ ପାଖରେ ରଖିଛନ୍ତି । ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ CrPC ର ଧାରା 107 ଏବଂ 110 ଅନୁଯାୟୀ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ମଦ ଜବତ କରିବା ଏବଂ ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ, ନିରପେକ୍ଷତା ପାଇଁ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀ ପୋଲିସ ପୂର୍ବରୁ ଧାରା 107 CrPC ଅଧୀନରେ 504 ଜଣଙ୍କୁ, 110 CrPC ଅଧୀନରେ 25 ଅଭ୍ୟାସଗତ ଅପରାଧୀଙ୍କୁ ବୁକ୍ କରିସାରିଛି ଏବଂ 73 ଜାମିନହୀନ ୱାରେଣ୍ଟକୁ କାର୍ଯ୍ୟକାରୀ କରିଛି । ବେଆଇନ ମଦ ବିକ୍ରି ଯାଞ୍ଚ ପାଇଁ ପିପିଲିର ବିଭିନ୍ନ ଅଞ୍ଚଳରେ ପୋଲିସ ମଧ୍ୟ ଚଢଉ କରୁଛି । 15 ପ୍ଲାଟୁନ୍ ଓଡିଶା ପୋଲିସ୍ ଏବଂ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ ର ଏକ କମ୍ପାନୀ ନିୟୋଜିତ ହେବ ଉପ ନିର୍ବାଚନରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details