ପୁରୀ: ମହାନତା ଦେଖାଇଲେ ପୋଲିସ ଏସଆଇ । ସହଯୋଗର ହାତ ବଢାଇବା ସହ ଜଗା ଦର୍ଶନ କରାଇଲେ ପୋଲିସ ଏସଆଇ ଅମରନାଥ ନାୟକ । ତେବେ ଜଗନ୍ନାଥ ଧାମ ପୁରୀରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ଟ୍ରେନରେ ଜଣେ ପାରା ଆଥଲେଟ ପୁରୀ ଷ୍ଟେସନରେ ପହଞ୍ଚିଥିଲେ । ମାତ୍ର ଜଗା ଦର୍ଶନ କରିବା ପାଇଁ ତାଙ୍କୁ ହୋଇଥିଲା ବିଭିନ୍ନ ସମସ୍ୟା । ତେବେ ତାଙ୍କୁ ଏତିକି ବେଳେ ଷ୍ଟେସନରେ ସହଯୋଗର ହାତ ବଢାଇଥିଲେ ଆରପିଏଫ୍ ଏସଆଇ ଅମରନାଥ ନାୟକ ।
ଟ୍ରେନରୁ ଓହ୍ଲାଇବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏହି ପାରା ଆଥଲେଟ । ଏହି ସମୟରେ କାର୍ଯ୍ୟରତ ଥିବା ଆରପିଏଫ୍ ଏସଆଇ ଅମରନାଥ ନାୟକ ତାଙ୍କୁ ସହଯୋଗର ହାତ ବଢାଇବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ଗୁଜୁରାଟ ବରୋଦାର ଜୟେଶ କୁମାର ଶାହା ଜଣେ ପାରା ଆଥଲେଟ ବୋଲି ଜଣାପଡିଛି । ସେହିପରି ଜୟେଶ ଜଣେ ଜାତୀୟସ୍ତରୀୟ ପାରା ଆଥଲେଟ୍ । ତେବେ ସେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ୨୯ରୁ ୩୧ ଯାଏଁ ଅନୁଷ୍ଠିତ ହେବାକୁ ଥିବା ପାରା ଆଥଲେଟ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସିଛନ୍ତି । ହେଲେ ସେ ପୁରୀ ଷ୍ଟେସନରେ ତାଙ୍କୁ ଓହ୍ଲାଇବା ପାଇଁ ସମସ୍ୟା ହୋଇଥିଲା ।