ପୁରୀ:ଦେଶର ପ୍ରଥମ CDS ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ସେନା ଅଧିକାରୀ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ସାରାଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଅକସ୍ମାତ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି ।
ଦୁର୍ଘଟଣାରେ ସହିଦ ହୋଇଥିବା CDS ବିପିନ ରାୱତ(Bipin Rawat), ତାଙ୍କ ପତ୍ନୀ ଏବଂ ଅନ୍ୟ ସେନାଅଧିକାରୀଙ୍କ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରାଯାଇଛି ।