ପୁରୀ: ସରିଛି ପୁରଣା ବର୍ଷ । ଆରମ୍ଭ ହୋଇଛି ନୂଆ ବର୍ଷ । ତେବେ ବୁଧବାର ମଧ୍ୟରାତ୍ରୀରୁ ସାରା ଦେଶ ପାଳୁଛି ନୂତନ ବର୍ଷ । ଆଉ ନୂଆ ବର୍ଷର ପ୍ରଥମ ସକାଳର ସୂର୍ଯ୍ୟୋଦୟ ଦେଖିବାକୁ ପ୍ରବଳ ଉତ୍କଣ୍ଠା । ସୂର୍ଯ୍ୟୋଦୟ ଦେଖିବାକୁ ଚନ୍ଦ୍ରଭାଗରେ ଦେଶୀ ଓ ବିଦେଶୀ ଦର୍ଶକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା ।
2020ର ପ୍ରଥମ ସୂର୍ଯ୍ୟୋଦୟ, ଚନ୍ଦ୍ରଭାଗାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ - chandrabhaga
ନୂଆ ବର୍ଷର ପ୍ରଥମ ସକାଳର ସୂର୍ଯ୍ୟୋଦୟ ଦେଖିବାକୁ ପ୍ରବଳ ଉତ୍କଣ୍ଠା । ସୂର୍ଯ୍ୟୋଦୟ ଦେଖିବାକୁ ଚନ୍ଦ୍ରଭାଗରେ ଦେଶୀ ଓ ବିଦେଶୀ ଦର୍ଶକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା ।
ନୂଆ ବର୍ଷରେ ପ୍ରଥମ ସୂର୍ଯ୍ୟୋଦୟ, ଚନ୍ଦ୍ରଭାଗାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ
ଅନେକ ଫୋଟୋ ଉଠାଇ ଏହି ସ୍ମରଣୀୟ ମୁହୂର୍ତ୍ତକୁ ନିଜ ପାଖରେ ସାଇତି ରଖିଥିଲେ । ଅନ୍ୟପଟେ ନୂଆ ବର୍ଷ ଅବସର କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ବୁଧବାର ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ବେଶ ଭିଡ଼ ଜମିଥିଲା । ଓଡିଶାରେ ନୂଆ ବର୍ଷ ପାଳନ କରି ବେଶ ଖୁସି ଥିବା ଜଣେ ବିଦେଶୀ ପର୍ଯ୍ୟଟକ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ