ଓଡିଶା

odisha

ETV Bharat / city

ଅଣସର ଘଡ଼ି: ରତ୍ନ ସିଂହାସନରେ ପୂଜା ପାଆନ୍ତି ପଟି ଦିଅଁ - Cart Festival

ଜ୍ବରରେ ପିଡ଼ୀତ ହୋଇ 15 ଦିନ ଅଣସର ପିଣ୍ଡିରେ ବିତାଇବେ ମହାପ୍ରଭୁ । ଏହି ସମୟରେ ରତ୍ନବେଦୀରେ ପୂଜା ପାଆନ୍ତି ପଟି ଦିଅଁ । ଯାହାକୁ ପ୍ରସ୍ତୁତ କରିଥାନ୍ତି ଚିତ୍ରକର ସେବାୟତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 15, 2019, 11:06 PM IST

ପୁରୀ: ସ୍ନାନବେଦୀରେ ୧୦୮ ଗରା ଜଳରେ ସ୍ନାନପରେ ଜ୍ୱରରେ ପଡିବେ ମହାପ୍ରଭୁ । ୧୫ଦିନ ଧରି ଅଣସର ପିଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କ କରାଯିବ ଗୁପ୍ତସେବା । ଏହି ସମୟରେ ମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ ନୀତିକାନ୍ତି ବନ୍ଦ ରହେ । ତେବେ ଏତିକିବେଳେ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଇଥାନ୍ତି ପଟି ଦିଅଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅଣସର ବେଳେ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୂବନେଶ୍ୱରୀ, ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତପାବନଙ୍କୁ ପୂଜା କରାଯାଇଥାଏ । ଚିତ୍ରକର ସେବାୟତଙ୍କ ଦ୍ୱାରା ଏହି ପଟି ଦିଅଁଙ୍କ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଏହି ସବୁ ପଟିଚିତ୍ରକୁ ଚିତ୍ରକର ସେବାୟତ ମାନେ ନିଜ ଘରେ ପ୍ରସ୍ତୁତ କରିଥାନ୍ତି । ସ୍ନାନ ପୂର୍ଣ୍ଣୀମା ଦିନ ଚିତ୍ରକରଙ୍କ ଘରୁ ଘଣ୍ଟ ଘଣ୍ଟା କାହାଳୀ ସହ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ ।

ଶୀତଳଷଷ୍ଠୀ ଦିନ ପନ୍ତି ଭୋଗ ସରିବା ପରେ ଚିତ୍ରକର ମାନେ ପଟି ଲାଗି କରିଥାନ୍ତି । ପରେ ଋକ୍ମିଣୀ ହରଣ ଏକାଦଶୀ ଠାରୁ ଏହି ପଟିରେ ରଙ୍ଗ ଦେଇ ଚିତ୍ରିତ କରାଯାଇଥାଏ । ହିଙ୍ଗୁଳା, ହରିତାଳ, ଶଙ୍ଖ, ଦୀପକଳା, ଖଣ୍ଡ ନେଳି, ପଟା, ଗେରୁ, କଇଥ ଅଠା ଇତ୍ୟାଦି ପାରମ୍ପରିକ ରଙ୍ଗରେ ପଟି ଦିଅଁଙ୍କୁ ଚିତ୍ରକର ସେବକ ତିଆରି କରିଥାନ୍ତି । ଶୀତଳଷଷ୍ଠୀ ଠାରୁ ସ୍ନାନ ପୂର୍ଣ୍ଣୀମା ପର୍ଯ୍ୟନ୍ତ ସପରିବାର ହବିଷାନ୍ନ କରି ଶୁଦ୍ଧପୂତ ଭାବେ ଚିତ୍ରକର ମାନେ ପଟି ଦିଅଁଙ୍କୁ ପ୍ରସ୍ତୁତ କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details