ପୁରୀ : ସୋମବାର ଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି ଧରାଯାଉ ଥିବାରୁ ପୁରୀରେ ଏହି ପଞ୍ଚୁକ ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ ଭକ୍ତଙ୍କ ଭିଡ଼ ହୋଇଥାଏ । ଏଥିପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ । ସେପଟେ ଆସନ୍ତାକାଲି( ରବିବାର) ଥିବାରୁ ଶ୍ରୀମନ୍ଦିର sop ଅନୁଯାୟୀ ଶ୍ରୀମନ୍ଦିର ସାନିଟାଇଜ ହେବ । ଏଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।
ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ସୋମବାର ବଡ଼ ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । କୋଭିଡ ପାଇଁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କାକୁ ଲକ୍ଷ୍ୟ କରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ପରଦିନ ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ ।