ଓଡିଶା

odisha

ETV Bharat / city

ଅଗଷ୍ଟ 1ରୁ ଶ୍ରୀମନ୍ଦିରରେ ପାନ-ଗୁଟ୍‌ଖା ନିଷେଧ - puri news

ଶ୍ରୀମନ୍ଦିରରେ ପାନ-ଗୁଟ୍‌ଖା ନିଷେଧ କରାଯାଇଛି । ଏହା ଅଗଷ୍ଟ 1ରୁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ନିୟମକୁ ଉଲ୍ଲଙ୍ଘନ କଲେ 500 ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jul 29, 2019, 10:35 PM IST

ପୁରୀ: ଶ୍ରୀମନ୍ଦିରରେ ପାନ-ଗୁଟ୍‌ଖାକୁ ନିଷେଧ କରାଯାଇଛି । ଏହା ଅଗଷ୍ଟ 1ରୁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ନିୟମକୁ ଉଲ୍ଲଙ୍ଘନ କଲେ 500 ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଜି(ସୋମବାର) ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି। ରଥଯାତ୍ରା ସମୟରେ ଶ୍ରୀମନ୍ଦିରକୁ ଫୁଲରେ ସଜାଇ ଥିବା ଦିଲ୍ଲୀର କେକେ ଶର୍ମାଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତି ହେବା ସହ ପ୍ରତିବର୍ଷ ଏହିଭଳି ଫୁଲ ସଜାଇ ବାକୁ ଅନୁମତି ଦିଆଯାଇଛି ।

ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ଶ୍ରୀମନ୍ଦିର ନିୟମାବଳୀ ଉଲଙ୍ଘନ କରିଥିବା 25 ଜଣ ସେବାୟତଙ୍କୁ ନୋଟିସ ଜାରି କରାଯିବ ବୋଲି ନିଷ୍ପତି ନିଆଯାଇଛି । ତେବେ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ସାରିଥିବା ହେତୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାର, ସମସ୍ତ ସେବକ, କର୍ମଚାରୀ ଓ ଭକ୍ତଙ୍କୁ ଧନ୍ୟବାଦ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଫନିରେ କ୍ଷତି ହୋଇଥିବା ଶ୍ରୀମନ୍ଦିର କାର୍ଯ୍ୟ ସଠିକ ଭାବେ ମରାମତି ହୋଇଥିବାରୁ ଏଏସଆଇକୁ ଧନ୍ୟବାଦ ଦିଆଯାଇଛି । ଏହା ସହ ରସଗୋଲା ଜିଆଇ ଟ୍ୟାଗ ଓଡିଶାକୁ ମିଳିଥିବାରୁ ଶ୍ରୀମନ୍ଦିର ପରିଚଳନା କମିଟି ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛି।

ସେପଟେ ଶ୍ରୀମନ୍ଦିରର ଗୁପ୍ତନୀତି ଓ ସେବା ପୂଜା ନୀତି କରୁଥିବା ସେବକ ମାନେ ବାହାରେ ପୂଜା କରୁଥିବାର ଫଟୋ ଭାଇରଲ ହେବା ଘଟଣାରେ ଅନୁଧ୍ୟାନ ପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details