ପୁରୀ: ଆଜିଠୁ ଦେଶରେ ଟୀକାକରଣର ବଡ ଅଭିଯାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭାରମ୍ଭ ପରେ ଆରମ୍ଭ ହେବ ଟୀକାକରଣ । ଏହି ଅବସରରେ ବାଲୁକା କଳାରେ ଭାରତକୁ ଭ୍ୟାକସିନ ଚିତ୍ର ଆଙ୍କି ଟିକାକୁ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମହାମାରୀର ମହାଲଢେଇରେ ସମସ୍ତେ ମିଳିମିଶି କୋରାନା ବିରୁଦ୍ଧରେ ଆମର ବିଜୟ ହେବ କହିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ମହାମାରୀ ବିପକ୍ଷରେ ଅନ୍ତିମ ମହାଲଢେଇ । କୋରୋନାକୁ ମାତ ଦେବ ମହୋଷୌଧି କୋରୋନା ଟିକା । ପ୍ରାଥମିକ ପର୍ଯ୍ୟାୟରେ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ସଞ୍ଜିବନୀ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3006 କେନ୍ଦ୍ରରେ ଟୀକକାରଣ କରାଯିବ । ପ୍ରତି କେନ୍ଦ୍ରରେ 100 ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା । ଟିକା କେନ୍ଦ୍ରରେ 5 ଜଣିଆ ଟିମ ନିୟୋଜିତ ହୋଇଛନ୍ତି । ଟୀକାକରଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସ୍ତୁତ ରହିଛି ।