ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ - Padma besa

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ । ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

By

Published : Jan 29, 2020, 9:11 AM IST

Updated : Jan 29, 2020, 10:16 AM IST

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ଆଉ ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ବଡଛତା ମଠର ସନ୍ଥ ରଘୁବର ଦାସ । ପ୍ରତିବର୍ଷ ସିଂହଦ୍ବାର ନିକଟରେ ଥିବା ବଡଛତା ମଠ ପକ୍ଷରୁ ଏହି ବେଶ ପାଇଁ ପ୍ରସ୍ତୁତି କରାଯିବା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥାଏ । ଆଉ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତଙ୍କ ଭିଡ ଶ୍ରୀମନ୍ଦିରରେ ଲାଗିଥାଏ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନଲାଗି ହେବା ପରେ ବଡସିଂହାର ନାତିରେ ଏହି ବେଶ କରାଯାଏ । ସୋଲ, ଜରି, କଦଳୀପାଟ, କନା, କଇଁଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମଫୁଲ ଓ କଢୀ କୁଶଳୀ ପାରମ୍ପରିକ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥାଏ । ଏହି ବେଶ ନିମନ୍ତେ ସୋଲରେ ନିର୍ମିତ ପଦ୍ମପାଖୁଡାର 3ଟି ମୁଖ ତିଆରି ହୁଏ । ଏହି ବେଶ ସମୟରେ ଠାକୁରଙ୍କ ନିକଟରେ ଖିରି, ଅମାଲୁ ଭୋଗ ହୋଇଥାଏ । ଏହି ବେଶ ଥାଇ ରାତିରେ ମହାପ୍ରଭୁଙ୍କ ପହୁଡ ହୋଇଥାଏ । ପରଦିନ ମଙ୍ଗଳ ଆଳତି ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ଅବକାଶ ନୀତି ବେଳକୁ ଏହି ବେଶ ଲାଗି ହୁଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 29, 2020, 10:16 AM IST

ABOUT THE AUTHOR

...view details