ପୁରୀ:ହାଇକୋର୍ଟଙ୍କ ଆମିକସକ୍ୟୁରି ତଥା କୋର୍ଟ ମିତ୍ର ଏନ.କେ ମହାନ୍ତି (Orissa High Court appointed amicus curiae NK Mohanty) ଆଜି ଶ୍ରୀମନ୍ଦିରର ରକ୍ଷାଣବେକ୍ଷଣର (Maintenance of Srimandir) ସ୍ଥିତିର ସମୀକ୍ଷା କରିଛନ୍ତି । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ (Shri Jagannath Temple Administration) ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଆଗକୁ କଣ ସବୁ କାମ ହେବାର ଅଛି ସେ ନେଇ ଆଲୋଚନା ହୋଇଥିବାବେଳେ, ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତା ୨୭ରେ ହେବାକୁ ଥିବା ବୈଠକରେ ଆଲୋଚନା ହେବ ବୋଲି କୋର୍ଟ ମିତ୍ର ମହାନ୍ତି କହିଛନ୍ତି ।
ଏହି ସ୍ବତନ୍ତ୍ର ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ (ASI) ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ପରେ ଆମିକସକ୍ୟୁରି ଶ୍ରୀମନ୍ଦିର ଯାଇ ବିଭିନ୍ନ କାର୍ଯ୍ୟର ସ୍ଥିତି ପରଖିଥିଲେ । ଆମିକସକ୍ୟୁରିଙ୍କ ସୁଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶ୍ରୀମନ୍ଦିର ନାଟ ମଣ୍ଡପରେ ଥିବା ଫାଟ ମରାମତି କରାଯିବ । ସେହିପରି ଜଗମୋହନର ମଧ୍ୟ କେତେକ କାର୍ଯ୍ୟ ମରାମତି କରାଯିବ । ସେହିପର ଶ୍ରୀମନ୍ଦିରର ରୋଷ ଘର, ସ୍ନାନ ମଣ୍ଡପ, ଆଦି ଅଞ୍ଚଳରେ ପୁରୁଣା ପଥର ପରିବର୍ତ୍ତନ କରି ନୂଆ ପଥର ଲଗାଯାଇ ଥିବାବେଳେ, ଆଉ କିଛି କାର୍ଯ୍ୟ ରହିଛି । ତାହାର ପ୍ଲାନ୍ ତିଆରି କରାଯାଇ କାମ କରାଯିବ ।
ଏହା ବି ପଢନ୍ତୁ- ୧୨୧୩ଟି ମାଟି ଚା ଗ୍ଲାସରେ ବାଲୁକାକଳା କରି ମୋଦିଙ୍କୁ ନିଆରା ଶୁଭେଚ୍ଛା ଦେଲେ ସୁଦର୍ଶନ
ତେବେ ରତ୍ନ ଭଣ୍ଡାରର ସ୍ଥିତି ଓ ଏହାର ମରାମତି ନେଇ କୌଣସି ଆଲୋଚୋନା ହୋଇ ନାହିଁ । ରତ୍ନ ଭଣ୍ଡାର ଯାଞ୍ଚ ଓ ମରାମତି ଦାୟିତ୍ଵ ରାଜ୍ୟ ସରକାରଙ୍କର । ଆଗାମୀ ୨୭ ତାରିଖରେ ହେବାକୁ ଥିବା ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବ । ପରେ ଏନେଇ ସରକାରଙ୍କୁ ଅବଗତ କରାଯିବ ।