ପୁରୀ:ପୁରୀ ଚକ୍ରତୀର୍ଥ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁଫ୍ଲାଗ ବିଚକୁ ତୀବ୍ର ବିରୋଧ । ବେଳାଭୂମି ବ୍ୟବସାୟୀକ ସଂଘ ସହ ବିଭିନ୍ନ ସଙ୍ଗଠନ ମିଳିତ ଭାବେ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରିବା ସହ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ଶହ ଶହ ବସ୍ତିବାସିନ୍ଦା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦା ମାନେ ଗତ ୧୭ ତାରିଖରୁ ଅହୋରାତ୍ର ଧାରଣା ଦେଇଥିବା ବେଳେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତୁରନ୍ତ ଏହି ବ୍ଲୁ ଫ୍ଲାଗ ବିଚ ବାତିଲ ପାଇଁ ପ୍ରଶାସନ ପାଖରେ ଦାବି ରଖିଛି ସଂଘ। ସମୁଦ୍ରକୂଳର ତୀର୍ଥଭୂମିକୁ ପର୍ଯ୍ୟଟନର କ୍ଷେତ୍ର ଭାବେ ପରିଣତ କରାଯାଉଥିବା ସହ ପର୍ଯ୍ୟଟକଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ କଟକଣା ଯୋଗୁଁ ମତ୍ସ୍ୟଜୀବୀ, କ୍ଷୁଦ୍ର ବ୍ୟବସାୟୀ, ଲାଇଫଗାର୍ଡ ଓ ଫଟୋଗ୍ରାଫର ମାନେ ସେମାନଙ୍କ ଜୀବନ ହରାଇବା ଆଶଙ୍କା କରାଯାଉଛି।