ଓଡିଶା

odisha

ETV Bharat / city

ସରକାରଙ୍କ ଜନ ବିରୋଧୀ ନୀତିକୁ ନେଇ ବାମଦଳ ପକ୍ଷରୁ ଧାରଣା - Cpim Party

କେନ୍ଦ୍ର ସରକାର ତୈଳ ଦରବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ପୁରୀ ସହରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ସରକାରଙ୍କ ଜନ ବିରୋଧୀ ନୀତିକୁ ନେଇ ବାମଦଳ ପକ୍ଷରୁ ଧାରଣା
ସରକାରଙ୍କ ଜନ ବିରୋଧୀ ନୀତିକୁ ନେଇ ବାମଦଳ ପକ୍ଷରୁ ଧାରଣା

By

Published : Aug 10, 2021, 7:23 AM IST

ପୁରୀ: ଭାରତ ବଞ୍ଚାଓ ପାଇଁ ଆଉ ଏକ ଅଗଷ୍ଟ କ୍ରାନ୍ତି ଜରୁରୀ । ଏନେଇ ଆଜି(ସୋମବାର) କ୍ରାନ୍ତି ଦିବସ ସ୍ମାରକୀ ଅବସରରେ ପୁରୀ ସହରରେ ଭାରତ ବଞ୍ଚାଓ ଅଭିଯାନର ଆହ୍ବାନ ଦେଇଛି ବାମ ଦଳ । ସହରର କଚେରୀ ଛକଠାରୁ ସିପିଏମ, ସିପିଆଇ, ସିପିଆଇଏମଏଲ ଲିବରେସନ ବାମଦଳ ତରଫରୁ ଧାରଣା ଦିଆଯାଇଛି ।

ସରକାରଙ୍କ ଜନ ବିରୋଧୀ ନୀତିକୁ ନେଇ ବାମଦଳ ପକ୍ଷରୁ ଧାରଣା

ସେପଟେ ଦେଶରେ ମୋଦି ସରକାରଙ୍କ ଦ୍ବାରା ପ୍ରଚଳିତ 44ଟି ଶ୍ରମ ଆଇନକୁ ବଦଳାଇ ଶ୍ରମିକ ବିରୋଧୀ ଭାବେ 4ଟି ଶ୍ରମ କୋଡ଼ ଲାଗୁ କରିବା ଫଳରେ ଠିକା ଶ୍ରମିକ ଠାରୁ ନିୟମିତ ଶ୍ରମିକଙ୍କ ମଜୁରୀ ଓ ସାମାଜିକ ନିରାପତ୍ତା ବିପନ୍ନ ହୋଇଛି ।

ସେହିପରି ତିନୋଟି କଳା କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀରେ 252ଦିନ ଧରି ଆନ୍ଦୋଳନରେ 1000ରୁ ଅଧିକ ଚାଷୀ ପ୍ରାଣବଳି ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ସଂଶୋଧନ କରି ମୋଦି ସରକାର ଦର ବଢ଼ାଇବା ସହ ପେଟ୍ରୋଲ ଡିଜେଲ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି ।

ଆଉ ଏହା ବିରୁଦ୍ଧରେ ଆଉ ଏକ କ୍ରାନ୍ତି ଦେଶବ୍ୟାପୀ ହେବ ବୋଲି ଚେତାବନୀ ଦେଇଛି ବାମ ଦଳ । ଏହି କାର୍ଯ୍ୟକ୍ରମରେ ବାମପନ୍ଥୀ ନେତା ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ଅଶୋକ ପ୍ରଧାନ, ପ୍ରଦୀପ୍ତ ମହାନ୍ତି, କୃଷ୍ଣ ରାଉତ,କିଷାନ ପଟନାୟକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details