ଓଡିଶା

odisha

ETV Bharat / city

ଉତ୍ତର ପ୍ରଦେଶରେ ଅଦିନିଆ ରଥଯାତ୍ରାକୁ ବିରୋଧ, ସିଂହଦ୍ବାର ଥାନାରେ ଏତଲା

ମହାପ୍ରଭୁଙ୍କ ପରମ୍ପରା, ସଂସ୍କୃତି ଓ ନିୟମ ଭଙ୍ଗ କରି ଉତ୍ତର ପ୍ରଦେଶର ଗାଜିଆବାଦରେ ଆସନ୍ତା 29 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଏହାକୁ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି । ଅଧିକ ଖବର ପଢନ୍ତୁ...

on-seasonal-ratha-yatra
ଉତ୍ତରପ୍ରଦେଶର ଅଦିନିଆ ରଥଯାତ୍ରାକୁ ବିରୋଧ,ସିଂହଦ୍ବାର ଥାନାରେ ଏତଲା

By

Published : Dec 6, 2019, 7:58 PM IST

ପୁରୀ: ଉତ୍ତର ପ୍ରଦେଶର ଅଦିନିଆ ରଥଯାତ୍ରାକୁ ନେଇ ବଢୁଛି ବିବାଦ। ଏହି ରଥଯାତ୍ରାକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ଜଗନ୍ନାଥ ସେନା ପକ୍ଷରୁ ଏନେଇ ପୁରୀ ସିଂହ ଦ୍ବାର ଥାନାରେ ଏତଲା ଦିଆଯାଇଛି । ତେବେ ଆସନ୍ତା 29 ତାରିଖରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଶ୍ରୀମଦ ନାରଦୀୟ ଭଗବତ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଏହି ରଥଯାତ୍ରା ଅନୁଷ୍ଠିତ ହେବ।

ଉତ୍ତରପ୍ରଦେଶର ଅଦିନିଆ ରଥଯାତ୍ରାକୁ ବିରୋଧ,ସିଂହଦ୍ବାର ଥାନାରେ ଏତଲା

ଏହି ରଥଯାତ୍ରା ମହାପ୍ରଭୁଙ୍କ ପରମ୍ପରା, ସଂସ୍କୃତି ଓ ନିୟମ ଭଙ୍ଗ କରୁଛି । ଏନେଇ ଉକ୍ତ ସଂଗଠନ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା । ସେନା କହିଛି ଯେ ପ୍ରତ୍ୟେକ ଧର୍ମରେ ବିଭିନ୍ନ ଯାନୀଯାତ୍ରା ପାଳନ ପାଇଁ ନିର୍ଦ୍ଧିଷ୍ଟ ତିଥି ଓ ତାରିଖ ରହିଛି । ଏହାକୁ ଉଲ୍ଲଙ୍ଘନ କରାଗଲେ ଧର୍ମ ପାଇଁ କୁଠାର ଘାତ ବୋଲି ସେନା କହିଛି।

ସୂଚନା ଅନୁସାରେ, ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । କିନ୍ତୁ ଅନେକ ସଂଗଠନ ଏହାକୁ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଅଦିନିଆ ରଥଯାତ୍ରା ପାଳନ କରୁଛନ୍ତି । ଏଣୁ ତୁରନ୍ତ ପୋଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଜଗନ୍ନାଥ ସେନା ଦାବି କରିଛି ।

ସେହିପରି ଏକ ଦାବି ପତ୍ର ମଧ୍ୟ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ଏହି ଘଟଣାକୁ ସେ ଦୃଷ୍ଟି ଦେଇ ଯାହାକିଛି ନିୟମ ଥିବ ଉପଯୁକ୍ତ ପଦକ୍ଷେପ ନେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details