ଭୁବନେଶ୍ବର:ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ସମସ୍ୟାକୁ ନେଇ ଗାନ୍ଧୀମାର୍ଗରେ ଧାରଣା ଦେଇଛନ୍ତି ଓଡିଶା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀ । ସମାନ କାମକୁ ସମାନ ଦରମା, ଏସ.ଇ.ଏମକୁ ଉଚ୍ଛେଦ କରି ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରିବା ନେଇ ୭ ଦଫା ପୂରଣ ଦାବିରେ କର୍ମଚାରୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ସୂଚନାନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାର ପଞ୍ଚାୟତ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି କି ସେମାନେ ଦୀର୍ଘ ୨୦ ବର୍ଷ ଧରି ୮ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ମାତ୍ର ୨ହଜାର ଟଙ୍କା ପାରିଶ୍ରମିକ ମିଳୁଛି । ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣରେ ବିଭିନ୍ନ ସମସ୍ୟା ଦେଖାଦେଇଛି ।