ଓଡିଶା

odisha

ETV Bharat / city

ବାଲୁକା କଳାରେ ସୁଦର୍ଶନ ଜଣାଇଲେ 'ନୂଆଁଖାଇ ଜୁହାର'

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକାକଳା ମାଧ୍ୟମରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର କହିଛନ୍ତି ।

ବାଲୁକା କଳାରେ ସୁଦର୍ଶନ ଜଣାଇଲେ 'ନୂଆ ଖାଇ ଜୁହାର'
ବାଲୁକା କଳାରେ ସୁଦର୍ଶନ ଜଣାଇଲେ 'ନୂଆ ଖାଇ ଜୁହାର'

By

Published : Aug 23, 2020, 8:44 AM IST

ଭୁବନେଶ୍ବର: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଏହିଦିନ ପଶ୍ଚିମ ଓଡିଶା ଉତ୍ସବ ମୁଖର ହେବା ସହ ମା’ ସମଲେଇଙ୍କ ପାଖରେ ଲାଗି ହୁଏ ନବାନ୍ନ। ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି ।

ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକାକଳା ମାଧ୍ୟମରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର କହିଛନ୍ତି । ସମ୍ୱଲପୁରର ପରିଚୟ ସମ୍ୱଲପୁରୀର ଚିତ୍ର ସହ ସୁଦର୍ଶନ ନିଜର ବାଲୁକାକଳା ପ୍ରସ୍ତୁତ କରିଛନ୍ତି ।

''ବୈଦିକ କାଳରୁ ପାଳ କରାଯାଇଥିବା ଏକ ପର୍ବ। ନୂଆଖାଇର ଶୁଭ ଅବସରରେ ଶୁଭେଚ୍ଛା । ମା’ ସମଲେଶ୍ୱରୀ ସମୃଦ୍ଧତା, ସୁଖ ଏବଂ ଶାନ୍ତି ସମସ୍ତଙ୍କୁ ଦିଅନ୍ତୁ ବୋଲି ସୁଦର୍ଶନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି।''

ତେବେ ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ନୂଆଁଖାଇ । କାରଣ ପାଇଁ ଏ ବର୍ଷର ସମସ୍ତ ପର୍ବକୁ ଫିକା କରିଦେଇଛି କୋରୋନା । ବିନା ଦେବ ଦର୍ଶନରେ ସମ୍ବଲପୁରର ଇଷ୍ଟଦେବୀଙ୍କ ଠାରେ ଲାଗି ହେବ ନବାନ୍ନ ।

ABOUT THE AUTHOR

...view details