ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଆଜି ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଏନଏସଜିର ଟିମ୍ । ଡ୍ରୋନ ଉଡାଇ ଫଟୋ ଉତ୍ତୋଳନ କରାଯାଇଛି । ଗତକାଲି(ବୁଧବାର) ଏହି ଟିମ୍ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲା ।
ଡ୍ରୋନ ଉଡାଇ ଶ୍ରୀମନ୍ଦିର ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲା NSG ଟିମ୍ - puri jagannth temple
ବୁଧବାର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏନଏସଜି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ଆଜି ମଧ୍ୟ ଯାଞ୍ଚ କରାଯାଉଛି । ଡ୍ରୋନ ଉଡାଇ ଫଟୋ ଉତ୍ତୋଳନ କରାଯାଇଛି । ଅଧିକ ପଢନ୍ତୁ...
ଡ୍ରୋନ ଉଡାଇ ଶ୍ରୀମନ୍ଦିର ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲା NSG ଟିମ୍
ଆଜି ଭୋର ସମୟରୁ ଏନଏସଜିର ତିନିଜଣିଆ ଟିମ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ଏଥିରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକ ସହଯୋଗ କରିଥିଲେ । ଶ୍ରୀ ନାୟକ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସଂପର୍କରେ ଏନଏସଜି ଟିମକୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି । ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି ଆଗକୁ ସୁରକ୍ଷା ପ୍ରାଚୀର ନିର୍ମାଣ ହେଲେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ତାହା ଉପରେ ଆଲୋଚନା କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ