ଓଡିଶା

odisha

ETV Bharat / city

ଭକ୍ତ ଶୂନ୍ୟ ବଡଦାଣ୍ଡ: ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀ - corona pandemic

କୋଭିଡ ସଂକ୍ରମଣ ଆଶଙ୍କାକୁ ନେଇ ମାର୍ଚ୍ଚ 20 ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ସେହିପରି ଲକଡାଉନ ପର ଠାରୁ ପୁରୀକୁ ପର୍ଯ୍ୟଟକଙ୍କ ପ୍ରବେଶ ନେଇ କଟକଣା ରହିଛି। ଅଧିକ ଖବର ପଢନ୍ତୁ...

ଭକ୍ତ ଶୂନ୍ୟ ବଡଦାଣ୍ଡ; ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀ
ଭକ୍ତ ଶୂନ୍ୟ ବଡଦାଣ୍ଡ; ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀ

By

Published : Aug 8, 2020, 5:44 PM IST

ପୁରୀ: କୋଭିଡ ସଂକ୍ରମଣ ଆଶଙ୍କାକୁ ନେଇ ମାର୍ଚ୍ଚ 20 ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ସେହିପରି ଲକଡାଉନ ପର ଠାରୁ ପୁରୀକୁ ପର୍ଯ୍ୟଟକଙ୍କ ପ୍ରବେଶ ନେଇ କଟକଣା ରହିଛି। ଫଳରେ ଭକ୍ତ ଓ ପର୍ଯ୍ୟଟକଙ୍କ ବିନା ଖାଁ ଖାଁ ପୁରୀ ସହର। ଆଉ ଯାହାର ସିଧାସଳଖ ପ୍ରଭାବ ପଡିଛି ପୁରୀର ଅର୍ଥନୀତି ଉପରେ।

ପୁରୀ ସହରର ଅର୍ଥନୀତି ସମ୍ପୂର୍ଣ୍ଣ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଥିବାରୁ ସମସ୍ତ ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେ ଖଜା ଦୋକାନ ହେଉକି ସେ ଶଙ୍ଖ ମାଳି, ଅବା ପିତ୍ତଳ ସାମଗ୍ରୀ ଦୋକାନ । ପର୍ଯ୍ୟଟକମାନେ ପୁରୀ ଆସି ଫେରିବାବେଳେ ବିଭିନ୍ନ ସାମଗ୍ରୀ ବଡ଼ ଦାଣ୍ଡ, ସି ବିଚରୁ କିଣି ଫେରିଥାନ୍ତି। ଆଉ ଏଥିରେ ଭଲ ଦୁଇ ପଇସା ରୋଜଗାର କରି ପରିବାର ଚଳାନ୍ତି ବ୍ୟବସାୟୀ ମାନେ।

ଭକ୍ତ ଶୂନ୍ୟ ବଡଦାଣ୍ଡ; ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀ

କିନ୍ତୁ ଲକଡାଉନ ପର ଠାରୁ କୋଭିଡ କଟକଣା ହେତୁ ବେପାର ତ ଦୂରରେ ଥାଉ ଦୋକାନ ଭଡା, କର୍ମଚାରୀଙ୍କ ଦରମା, ବ୍ୟାଙ୍କ ଲୋନ ଦେବା ଅସମ୍ଭବ ହୋଇ ପଡ଼ିଛି । ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରୁଛନ୍ତି ଏହି କୋରୋନା ମହାମାରୀ ଶୀଘ୍ର ଦୂର ହେଉ । ପୁଣି ସମସ୍ତ ବ୍ୟବସାୟୀ ଭଲ ଦୁଇ ପଇସା ରୋଜଗାର କରନ୍ତୁ।

ଭକ୍ତ ଶୂନ୍ୟ ବଡଦାଣ୍ଡ; ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀ

ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଭାରତରେ ବିଭିନ୍ନ ବଡ଼ ପ୍ରମୁଖ ମନ୍ଦିର ଖୋଲି ସାରିଥିବାବେଳେ ଶ୍ରୀମନ୍ଦିରକୁ ମଧ୍ୟ ତୁରନ୍ତ ଭକ୍ତଙ୍କ ପ୍ରବେଶ ଅନୁମତି ମିଳୁ ବୋଲି ବ୍ୟବସାୟୀ କହିଛନ୍ତି । ଭକ୍ତ ଓ ପର୍ଯ୍ୟଟକ ଆସିଲେ ପୁଣି ପୁରୀର ଅର୍ଥନୀତି ସଳଖି ପାରିବ।

ଭକ୍ତ ଶୂନ୍ୟ ବଡଦାଣ୍ଡ; ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀଭକ୍ତ ଶୂନ୍ୟ ବଡଦାଣ୍ଡ; ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀ

ନ ହେଲେ ଅଗାମୀ ଦିନରେ ଭୟାବହ ପରିସ୍ଥିତି ହେବ। ଅନେକ ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ଉଜୁଡିଯିବ। ତେଣୁ ରାଜ୍ୟ ସରକାର ସହାନୁଭୂତିଶୀଳ ହୋଇ ପଦକ୍ଷେପ ନେବାକୁ ପୁରୀର ବ୍ୟବସାୟୀ ମାନେ ମତ ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details