ପୁରୀ :ଓଡିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ପୁରୀରେ ଖୋଲିଛି 'ନିମନ୍ତ୍ରଣ' ରେସ୍ତୋରାଁ । ପାନ୍ଥନିବାସ ପରିସରରେ ଓଟିଡିସି ପକ୍ଷରୁ ଏହି ରେସ୍ତୋରାଁ ଖୋଲାଯାଇଛି । ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ଓ ପରିଷ୍କାର ଜନିତ ପରିବେଶରେ ଓଡିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇଛି । ପରିବାର, ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗଙ୍କ ନିମନ୍ତେ ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ହେବା ସହ ଭଲ ବ୍ୟବସାୟ କରିବା ନେଇ ଆଶା କରାଯାଉଛି ।
ନିମନ୍ତ୍ରଣ ରେସ୍ତୋରାଁ: ପାରମ୍ପରିକ ଖାଦ୍ୟ ସହ ସମୁଦ୍ରକୂଳିଆ ପବନର ମଜା ପାଇବେ ପର୍ଯ୍ୟଟକ - ପୁରୀ ଖବର
ଓଡିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ପୁରୀରେ ଖୋଲିଛି 'ନିମନ୍ତ୍ରଣ' ରେସ୍ତୋରାଁ । ପାନ୍ଥନିବାସ ପରିସରରେ ଓଟିଡିସି ପକ୍ଷରୁ ଏହି ରେସ୍ତୋରାଁ ଖୋଲାଯାଇଛି । ଅଧିକ ପଢନ୍ତୁ
![ନିମନ୍ତ୍ରଣ ରେସ୍ତୋରାଁ: ପାରମ୍ପରିକ ଖାଦ୍ୟ ସହ ସମୁଦ୍ରକୂଳିଆ ପବନର ମଜା ପାଇବେ ପର୍ଯ୍ୟଟକ OTDC ପକ୍ଷରୁ ଖୋଲିଲା ନିମନ୍ତ୍ରଣ ରେସ୍ତୋରାଁ: ଓଡିଆ ପାରମ୍ପରିକ ଖାଦ୍ୟର ମଜା ପାଇବେ ପର୍ଯ୍ୟଟକ](https://etvbharatimages.akamaized.net/etvbharat/prod-images/768-512-13991720-thumbnail-3x2-puri.jpg)
ସ୍ବତନ୍ତ୍ର ଆଧୁନିକ ଝଲକରେ ନିର୍ମିତ 'ନିମନ୍ତ୍ରଣ'ର ଖାଇବା କୋଠରୀରେ ସୁବଦିନିଆ ସମୁଦ୍ରକୂଳିଆ ପବନ ସହ ଉପର ମହଲାରୁ ସମୁଦ୍ରକୁ ଦେଖିବାର ମଜ୍ଜା ପର୍ଯ୍ୟଟକମାନେ ନେଇପାରିବେ । ଆଗନ୍ତୁକ ମାନଙ୍କୁ ଆତିଥ୍ୟ ପ୍ରଦାନ ନିମନ୍ତେ ୩୨ ଜଣ ପେଶାଦାରଙ୍କୁ ନିଯୁକ୍ତ କରାଯାଇଛି । ବ୍ଲୁଫ୍ଲାଗ ବିଚ ନିକଟ ଏହି ରେସ୍ତୋରାଁ ବ୍ଲୁଫାଗ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବା ନେଇ ବ୍ୟବସ୍ଥା କରାଯିବ । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଓ ପାନ୍ଥ ନିବାସ ପରିଚାଳକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ